ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ନିଆରା ପର୍ବ ସଡ୍ରା ଅନ୍ୟତମ ମୁଖ୍ୟ ପର୍ବ ଅଟେ l କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ସମ୍ପୂର୍ଣ ବିଶ୍ୱାସ ରହିଛି ସଡ୍ରା ପର୍ବକୁ ନିଷ୍ଠାର ସହ ପାଳନ କଲେ ଚାଷ ଜମିରୁ ଉତ୍ତମ ଫସଲ ଆଦାୟ ହେବା ସହ ବିଭିନ୍ନ ରୋଗ ସଂକ୍ରମଣରୁ ଲୋକେ ମୁକ୍ତ ରହିବା ସହ ବର୍ଷ ସାରା ଆନନ୍ଦରେ ଜୀବନ ଯାପନ କରିବେ l ଗଜପତି ଜିଲ୍ଲାର ମୋହନା ବ୍ଲକ୍ କର୍ଡବାଡ଼ି ପଞ୍ଚାୟତ ପରମଙ୍ଗା ଓ ଗୋପଟିମା ଗ୍ରାମରେ ଏହି ପାଳିତ ହୋଇଯାଇଛି ।















