ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ବଡ଼ ଡାକ୍ତରଖାନାରେ ଏସୟୁଜେ ଓଡ଼ିଶା କଟକ ଜିଲ୍ଲା ଶାଖା ର ବରିଷ୍ଠ ସଭ୍ୟ ରତ୍ନାକର ବାରିକ ଙ୍କୁ ଭେଟି ତାଙ୍କ ର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲୁ । ଶ୍ରୀଯୁକ୍ତ ବାରିକ ଗତ ସପ୍ତାହରେ ଏକ ରାସ୍ତା ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି । ଉଚ୍ଚ ରକ୍ତଚାପ କମିବା ପରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ଅପରେସନ ହେବ । ଏହି ଅବସରରେ ଏସୟୁଜେ ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ଆଜି ରତ୍ନାକର ଭାଇ ଙ୍କ ଚିକିତ୍ସା ନିମନ୍ତେ ଯଥାସାଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି ।















