• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ପ୍ରତିଷ୍ଠା ହେବ ୮ଟି ନୂତନ ସରକାରୀ ମେଡିକାଲ କଲେଜ : ଡଃ ମୁକେଶ ମହାଲିଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
June 24, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଓଡ଼ିଶାରେ ପ୍ରତିଷ୍ଠା ହେବ ୮ଟି ନୂତନ ସରକାରୀ ମେଡିକାଲ କଲେଜ : ଡଃ ମୁକେଶ ମହାଲିଙ୍ଗ
Share on FacebookShare on TwitterWhatsapp

ସିଆଇଆଇ ଓଡିଶା ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱରରେ ଏହାର ସିଆଇଆଇ ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ର  ପ୍ରଥମ ସଂସ୍କରଣର ସଫଳତାର ସହ ଆୟୋଜନ କରିଛି । ଏହି ସମ୍ମିଳନୀ  ଏକ ସୁସ୍ଥ ଭବିଷ୍ୟତ ପାଇଁ ଉଦ୍ଭାବନ, ସୁସ୍ଥତା ଓ ଚିକିତ୍ସାକୁ ଏକୀକୃତ କରିବା’ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଥିଲା । ଏହି ସମ୍ମିଳନୀକୁ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ । ନିଜ ସମ୍ବୋଧନରେ ଡଃ ମହାଲିଙ୍ଗ ସ୍ୱାସ୍ଥ୍ୟସେବା ଭିତିଭୂମି ଏବଂ ଡାକ୍ତରୀ ଶିକ୍ଷାକୁ ଉନ୍ନତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥିଲେ ।ଏହି ଅବସରରେ ସେ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ, ଗୋଟିଏ ଆୟୁର୍ବେଦିକ କଲେଜ ଓ ୪ଟି ସରକାରୀ ଡେଂଟାଲ କଲେଜ ସ୍ଥାପନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହାବ୍ୟତୀତ ସେ ଉଲ୍ଲେଖ କରିଛନ୍ତି ଯେ, ଗତବର୍ଷ ରାଜ୍ୟରେ ୪୦୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି କରାଯାଇଥିବା ବେଳେ  ଚଳିତ ବର୍ଷ ୫୦୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତ କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ  ଆସନ୍ତା ୫ ବର୍ଷ ମଧ୍ୟରେ ଖାଲି ପଡିଥିବା ୧.୫ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

ଏହି ସମ୍ମିଳନୀରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ ବେଦାନ୍ତ ଲିମିଟେଡ, ଝାରସୁଗୁଡାର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା  ଜାତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାର ବର୍ଦ୍ଧିତ ଭୂମିକା ଏବଂ  ଭବିଷ୍ୟତର ଅଭିବୃଦ୍ଧିକୁ ପରିଚାଳନା କରିବାରେ ସରକାରୀ-ଘରୋଇ ସହଭାଗିତାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସିଆଇଆଇ ଓଡିଶା ସ୍ୱାସ୍ଥ୍ୟସେବା ସମିତିର କନ୍‌ଭେନର ଏବଂ ଆପୋଲୋ ହସ୍ପିଟାଲ୍ସ-ଭୁବନେଶ୍ୱରର ମୁଖ୍ୟ ପରିଚାଳନା ଅଧିକାରୀ ଓ ଡିଏମ୍‌ଏସ ଡଃ ଆଲୋକ ଶ୍ରୀବାସ୍ତବ ମେଡିକାଲ ଡିଭାଇସ ନିର୍ମାଣ କ୍ଷେତ୍ରରେ ଓଡିଶାର ଶକ୍ତିଶାଳୀ ଆଭିମୁଖ୍ୟ, ଉଦ୍ଭାବନର ମହତ୍ୱ ଏବଂ ମେଡିକାଲ ଟୁରିଜିମ ପାଇଁ ରହିଥିବା ସମ୍ଭାବନା ସମ୍ପର୍କରେ କହିଥିଲେ ।

ସେ ଉଲ୍ଲେଖ କରିଥିଲେ, “ସୁଲଭ ସ୍ୱାସ୍ଥ୍ୟସେବା, ସ୍ଥାନୀୟ ଉଦ୍ଭାବନ ଓ ଉଦ୍ୟୋଗିକତା ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ରୂପାନ୍ତର କରିବା ପାଇଁ ପ୍ରମୁଖ ଅଟେ । ମେଡିକାଲ ଟୁରିଜିମ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ରହିଛି ଏବଂ ଓଡିଶା ଏହାଦ୍ୱାରା ଅନେକ ମାତ୍ରାରେ ଉପକୃତ ହୋଇପାରିବ ।” ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଏବଂ ଏଏମ୍‌/ଏନଏସ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି.ସୁରେଶ ଓଡିଶାର ସ୍ୱାସ୍ଥ୍ୟସେବାର ଭବିଷ୍ୟତକୁ ନୂଆ ରୂପ ଦେବା କ୍ଷେତ୍ରରେ ସେମାନଙ୍କର ଯୋଗଦାନ ପାଇଁ ଉପସ୍ଥିତି ବିଶିଷ୍ଟ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସମ୍ମିଳନୀରେ ଓଡିଶାର ବିକଶିତ ସ୍ୱାସ୍ଥ୍ୟସେବା  କ୍ଷେତ୍ରରେ ସହଭାଗିତା, ଉଦ୍ଭାବିତ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୪ଟି ବୈଷୟିକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । “ହିଲିଙ୍ଗ ମିଟ୍‌ସ ହେରିଟେଜ: ଅନ୍‌ଲକିଂ ଓଡିଶାସ୍ ପୋଟେନ୍ସିଆଲ ଆଜ ଏ ମେଡିକାଲ ଟୁରିଜିମ ହବ୍‌” ଶୀର୍ଷକ ଅଧିବେଶନ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଓ ପ୍ରାକୃତିକ ସମ୍ପତିକୁ କିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଉପଯୋଗ କରାଯାଇପାରିବ ତାହାକୁ ଆବିଷ୍କାର କରିଥିଲା । “ୱେଲନେସ୍ ବିୟଣ୍ଡ ୱେଜେସ୍‌: ହୋଲିଷ୍ଟିକ ୱର୍କର ହେଲ୍‌ଥ ଇନ ମାନୁଫ୍ୟାକ୍‌ଚରିଂ ହବ୍‌ସ” ଶୀର୍ଷକ ଅଧିବେଶନ ଶିଳ୍ପର କର୍ମଚାରୀଙ୍କ ପାଇଁ ବିସ୍ତୃତ ସୁସ୍ଥତାକୁ ସମର୍ଥନ କରିବା ଲାଗି ରଣନୀତିଗୁଡିକୁ ସମ୍ବୋଧିତ କରିଥିଲା ।

“ସ୍ମାର୍ଟ ହେଲ୍‌ଥ: ଏଆଇ ଆଣ୍ଡ ଆଇଓଟି ଇଂଟିଗ୍ରେଶନ ଇନ ଏମ୍‌ପାୱାରିଂ ହେଲ୍‌ଥକେୟାର ଇନୋଭେଶନ ଆଣ୍ଡ ଏଂଟ୍ରପ୍ରେନ୍ୟୋରସିପ” ଶୀର୍ଷକ ଅଧିବେଶନ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉଦ୍ଭାବନ ଓ ଉଦ୍ୟୋଗିକତାକୁ ସଶକ୍ତ କରିବା ପାଇଁ ଉଦୀୟମାନ ଟେକ୍ନୋଲୋଜିଗୁଡିକର ଭୂମିକାକୁ ବିଶେଷଜ୍ଞ କରିଥିଲା । “ହେଲ୍‌ଥ ଆଣ୍ଡ ଇନ୍ସୁରାନ୍ସ ଆଣ୍ଡ ଫାଇନାନ୍ସିଙ୍ଗ: ରିଚିଙ୍ଗ ଦ ଲାଷ୍ଟ ମାଇଲ”  ଅବହେଳିତ ସମୁଦାୟଗୁଡିକ ପାଇଁ ଆର୍ଥିକ ସୁରକ୍ଷା ଓ ଚିକିତ୍ସା ପ୍ରତି ପହଂଚକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଇଥିଲା । ଏହି ସମ୍ମିଳନୀରେ ଏକ ପ୍ରଦର୍ଶନୀ, ଏକ ବି୨ବି ଓ ବି୨ଜି ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ଯାହା ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତା ଓ ନିବେଶ ସୁଯୋଗଗୁଡିକୁ  ସୁଗମ କରିଥିଲା ।

ପୂର୍ବ ଭାରତରେ ଏକ ପ୍ରିମିୟମ ସ୍ୱାସ୍ଥ୍ୟସେବା ଓ ୱେଲନେସ୍ ହବ୍‌ରେ ପରିଣତ ହେବା ଦିଗରେ ଓଡିଶାର ଯାତ୍ରାକୁ ନୂଆ ରୂପ ଦେବା ପାଇଁ ଏହି ସମ୍ମିଳନୀ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଲିଡର, ନୀତିନିର୍ମାତା, ବୈଷୟିକ ଉଦ୍ଭାବକ, ନିବେଶକ ଓ ୱେଲନେସ୍ ଏକ୍ସପର୍ଟଙ୍କୁ ଏକତ୍ରିତ କରିଥିଲା । ସମ୍ମିଳନୀରେ ମେଡିକାଲ ଉପକରଣ ନିର୍ମାଣ, ଡିଜିଟାଲ ସ୍ୱାସ୍ଥ୍ୟ, ହସ୍ପିଟାଲ ଭିତିଭୂମି, ମେଡିକାଲ ଟୁରିଜିମ, ସ୍ୱାସ୍ଥ୍ୟ ବୀମା, ୱେଲନେସ୍ ଓ ନିବେଶ ପ୍ରୋତ୍ସାହନ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହା ସହଭାଗିତା ଓ ଅଭିବୃଦ୍ଧି ପାଇଁ ଏକ ଉଲ୍ଲେଖନୀୟ ମଂଚ ଭାବେ କାର୍ଯ୍ୟ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

June 17, 2026
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

June 16, 2026
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

June 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର : କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା

June 17, 2026
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version