ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ଅନେକ ବନ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ପାହାଡିଆ ନାଳ ଓ ନଦୀ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରି କୋମଳମତି ଶିଶୁମାନେ ପ୍ରାଥମିକ ବିଦ୍ୟାଳୟକୁ ଆସୁଥିବା ଲକ୍ଷ୍ୟ କରାଯାଇଛି. ଖରା ଛୁଟି ଶେଷ ହେବା ପରେ ଗତ ଶୁକ୍ରବାର ଦିନ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଖୋଲିଥିଲା. ସ୍କୁଲ ଖୋଲିବାର ପ୍ରଥମ ଦିନରେ ନଦୀ ପାର ହୋଇ ସ୍କୁଲକୁ ଯାଉଛନ୍ତି କୁନି କୁନି ଛାତ୍ରୀଛାତ୍ର. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଡେଙ୍ଗାଆମ୍ବ ଗାଁ ନିକଟରେ ଥିବା ନଦୀରେ କୋମଳ ମତି ଶିଶୁ ମାନେ ବିପଦ ପୂର୍ଣ୍ଣ ଭାବେ ନଦୀ ପାର ହୋଇ ସ୍କୁଲକୁ ଯାଉଥିବା ଦୃଶ୍ୟ l

ବାସ୍ତବରେ ଏହି ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଭାବେ ଜାଣି ହେଉଛି ଯେ କୋମଳମତି ଶିଶୁମାନେ କିଭଳି ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ନଦୀ ଅତିକ୍ରମ କରି ପାଠ ପଢିବା ପାଇଁ ସ୍କୁଲକୁ ଯାଉଛନ୍ତି. ଆଜି ସ୍କୁଲ ଖୋଲିବା ପରେ ଶୁକ୍ରବାର ଓ ଶନିବାର ଡେଙ୍ଗାଆମ୍ବା, ଟିଟିମେରି ଓ କୁଈହୁରୁ ଗାଁର ପ୍ରାୟ 20 ରୁ ଉର୍ଦ୍ଧ କୁନି କୁନି ଛାତ୍ରୀଛାତ୍ରମାନେ ନିଜ ହାତରେ ବହି ଧରି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ନାରଙ୍ଗି ବିଦ୍ୟାଳୟକୁ ଯାଉଛନ୍ତି l















