No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା. ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଟାଙ୍କିଲିପଦର ଗାଁରେ । ଗାଁର ନୀଳାଞ୍ଚଳ ସାହୁ ନାମକ ଯୁବକ ଖମାରିସାହି ଗାଁର ଜଣେ ଯୁବତୀଙ୍କୁ ଫୋନ ମାଧ୍ୟମରେ ରଙ୍ଗ ନମ୍ବର ଲଗାଇ କଥା ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସହ ଭଲ ପାଇବା ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା ।
ଯେତେବେଳେ ଯୁବତୀ ଜଣକ ନୀଳାଞ୍ଚଳଙ୍କୁ ବିବାହ କରିବା ପାଇଁ କହିଥିଲେ ସେ ଦିନ ପରେ ଦିନ ଗଡ଼ାଇ ଚାଲିଥିଲା । ଏମିତି କି ବାହାର ରାଜ୍ୟକୁ ଯାଇ ଯୁବତୀଙ୍କୁ ଦାଦନ ଖଟାଇବା ସହ ରୋଜଗାର କରୁଥିବା ଟଙ୍କାକୁ ମଧ୍ୟ ନେଇଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ମାରପିଟ କରୁଥିଲେ ଯୁବକ ଜଣକ। ଯାହା କି ୨୦୧୮ ମସିହାରୁ ଏହି ପ୍ରେମ ଆରମ୍ଭ ହୋଇଥିବା ବେଳେ ୨୦୨୪ ମସିହାରେ ଯୁବତୀ ଜଣକ ଯୁବକଙ୍କ ନାମରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମୋହନା ଥାନା ରେ ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରାଯାଇଥିଲା। ହେଲେ ଯୁବତୀଙ୍କ ପରିବାର ନିଜ ଘରୁ ବାହାର କରିଦେଲେ। ସେହି ଦିନଠାରୁ ଯୁବତୀ ଜଣକ ନିଜେ ନିଜେ ଯାହା କିଛି ରୋଜଗାର କରନ୍ତି ସେଥିରେ ଚଳି ଆସୁଛନ୍ତି। ପୁଣି ଗତକାଲି ଠାରୁ ପ୍ରେମିକ ଙ୍କ ଘର ଆଗରେ ଭାରତ ମାତାଙ୍କ ଫୋଟକୁ ପୂଜା କରି ନଖାଇ ଧାରଣା ଦେଇ ବସିଛନ୍ତି। ହେଲେ ପ୍ରେମିକଙ୍କ ଘରେ ତାଲା ଝୁଲୁଥୁବା ବେଳେ ବାରଣ୍ଡାରେ ବସି ପ୍ରେମିକା ଧାରଣାରେ ବସିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ନୀଳାଞ୍ଚଳ ଯୁବତୀଙ୍କୁ ବାହା ହେଇନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଧାରଣା ରେ ବସିବା ପାଇଁ ଜିଦ ଧରି ରହିଛନ୍ତି ଯୁବତୀ ଜଣକ।

No Result
View All Result