No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ଥାନା ଘାଇବାଲି ଗାଁର ଏକ ପରିତ୍ୟକ୍ତ କୂଅ ଭିତରୁ ଦୁଇଟି ଗାଈ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଶୁକ୍ରବାର ପୂର୍ବାହ୍ନ ପ୍ରାୟ 10 ଟାରେ ଘାଇବାଲି ଗାଁର ଇନ୍ଦ୍ର ଶବର ଙ୍କ ଦୁଇଟି ଗାଈ ଚରୁ ଥିବାବେଳେ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ପଥର କୂଅ ଭିତରେ ପଡି ଯାଇଥିଲେ ।
ଗାଁ ଲୋକେ ଗାଈ କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ମୋହନା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇଟି ଗାଈକୁ ଉଦ୍ଧାର କରିଛନ୍ତି । ଆହତ ହୋଇଥିବା ଦୁଇଟି ଗାଈ ପ୍ରାଣୀ ବିଭାଗ ପକ୍ଷରୁ ଚିକିତ୍ସା କରାଯାଇଛି ।

No Result
View All Result