ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅନ୍ତର୍ଗତ ବିଜେବି ରେଳ ଇନିଷ୍ଟିଚୁଟ ଠାରେ ଆଜି ଶୁକ୍ରବାର ଶ୍ରମିକ କଂଗ୍ରେସ ଓପେନ ଲାଇନ ଶାଖା କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ସତ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲାl ପୂର୍ବଟତ ରେଳପଥ ଶ୍ରମିକ କଂଗ୍ରେସର ଜୋନାଲ ଜେନେରାଲ ସେକ୍ରେଟାରୀ ଶ୍ରୀ ରମେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଉପ ସଭାପତି ଶ୍ରୀ ପ୍ରମୋଦ ସାହାଣୀ,ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦ୍ଧାଧିକାରୀ ଶ୍ରୀ ଏମ ଗୋପାଳ କ୍ରିଷ୍ଣା ରାଓ, ଶରତ ପଣ୍ଡା,

ସୁବ୍ରତ ପଣ୍ଡା, ବିଜୟଲକ୍ଷ୍ମୀ ଦାସ,ଅମିତ କୁମାର ଏବଂ ମହେନ୍ଦ୍ର ମହାନ୍ତି ପ୍ରମୂଖ ଅନ୍ୟତମ ଅତିଥିଭାବେ ଭା୍ଗେ ଯୋଗଦେଇଥିଲେl ସମ୍ପାଦକ ଶ୍ରୀ ଏଲ ଡ଼ି ମହାନ୍ତି ସମ୍ପାଦକୀୟ ପାଠକରିଥିବା ବେଳେ କୋଷାଧକ୍ଷ ଶ୍ରୀ ଅକ୍ଷୟ ପ୍ରଧାନ ଆୟବ୍ୟୟର ହିସାବ ରଖିଥିଲେ । ଯାହାକି ଗୃହରେ ପାସ ହେବା ପରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଶାଖା ପରିଷଦକୁ ଭଙ୍ଗ ଘୋଷଣା କରିଥିଲେlପରେ ପରେ ନିର୍ବାଚନ ଅଧିକାରୀ ଶ୍ରୀ ସୁନୀଲ ଭଞ୍ଜ ନୂତନ ପରିଷଦ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେl ମଧ୍ୟାହ୍ନରେ ଫଳାଫଳ ଘୋଷଣା ହୋଇଥିଲା l

ନୂତନ ସଭାପତି ଭାବେ ମହମ୍ମଦ ମୁସ୍ତାକ ଅଲ୍ଲୀ, କାର୍ଯ୍ୟକାରୀ ସଭାପତି ପି ରାଜା ରାଓ, ଉପସଭାପତି ଫକୀର ଚରଣ ନାୟକ,ଜି ରାମ ମୋହନ ରାଓ, ସମ୍ପାଦକ ଭାବେ ଶ୍ରୀ ଏଲ ଡ଼ି ମହାନ୍ତି ପୁନଃ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ସାମୁଏଲ ପ୍ରଧାନ, ରାକେଶ ଘଡେଇ,ପ୍ରଦୀପ ସୁନ୍ଦରାୟ(ଓଡ଼ି) ତ୍ରିଲୋଚନ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁନୀଲ ପରିଡା, ବି ଟି ରାଓ, କୋଷାଧକ୍ଷ ଭାବେ ପ୍ରଦୀପ ପଣ୍ଡା ଓ ମୁଖ୍ୟ ଉପଦେଷ୍ଟା ଭାବେ ସତ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ l

ଯୁବ ବାହିନୀ ସଂଯୋଜକ ଭାବେ ସନ୍ତୋଷ କୁମାର ଖଟେଇ ସହ ସଂଯୋଜକ ଭାବେ ଅଶୋକ ଭୋଳ,କ୍ୱାର୍ଟର କମିଟି ସଦସ୍ୟ ଭାବେ ବାଣିଜ୍ୟ ବିଭାଗ ନେତ୍ରାନନ୍ଦ ପଣ୍ଡା, ଅପରେଟିଙ୍ଗ- ବିକ୍ରମ ସାହୁ, ଇଲେକ୍ଟ୍ରିକାଲ-ଜି ନରେନ୍ଦ୍ର ଦାସ, ସିଗନାଲ-ପି ଶିବ କୁମାର ରେଡି, ମେକାନିକାଲ- ଏସ କେ ଦଳାଇ, ଇଲେକ୍ଟ୍ରିକାଲ ଓପି(ନନ ରନିଙ୍ଗ)ଅକ୍ଷୟ ପ୍ରଧାନ ଓ଼ ଟିଆରଡ଼ି ବିଭାଗ ପାଇଁ ତ୍ରିଲୋଚନ ମହାନ୍ତି ନିର୍ବାଚିତ ହୋଇଥିଲେl ସାଧାରଣ ସମ୍ପାଦକ ଶ୍ରୀ ସାହୁ ସମସ୍ତ ବିଜୟୀ ପାର୍ଥି ମାନଙ୍କୁ ଉତ୍ତରୀୟ ଓ଼ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ l













