ଏହି ରକ୍ତ ଦାନ ଶିବିର ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ ଓ ଓ ଏମ୍ସ ମେଡିକାଲ ର ମହିଳା ଡାକ୍ତର ଅନିଶା ରକ୍ତ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଜ୍ୟରେ ଏବେ ରକ୍ତର ଘୋର ଅଭାବ ଦେଖା ଦେଇଥିବା ବେଳେ ଡାକ୍ତରଙ୍କର ଏହି ମହାନ କାର୍ଯ୍ୟ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବ।
ଆଜିର ଏହି ରକ୍ତ ଦାନ ଶିବିର ରେ ଡାକ୍ତରଙ୍କ ବ୍ୟତୀତ ସ୍ଥାନୀୟ ଯୁବକ ସାମାଜ ସେଵୀ. ମେଡିକାଲ ର କର୍ମଚାରୀ ମାନେ ରକ୍ତ ଦାନ କରିଥିଲେ । ଆଜି ମୋଟ 50 ୟୁନିଟ ରକ୍ତ ସଂଗୃହିତ ହୋଉଛି । ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

© 2023 Odisha Taza News.