No Result
View All Result
ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ଭାଜପା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ର ସଫଳତାକୁ ନେଇ ବାଣପୁର ପଞ୍ଚାୟତ ସମିତି ରୁ ବିଭିନ୍ନ ଗ୍ରାମ ପଞ୍ଚାୟତ କୁ ପରିକ୍ରମା କରୁଥିବା ବିକାଶ ବାହନ ରଥ କୁ ନାଚୁଣୀ ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ବାଗତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ନାଚୁଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବାଣପୁର ବ୍ଲକ ର କନିଷ୍ଠଯନ୍ତ୍ରୀ ସୁନୀଲ କୁମାର ଵାଙ୍ଗ୍ରୀ, ବନାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ନାଚୁଣୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜକିଶୋର ଖଟେଇଏଡିଇଓ ରାମଚନ୍ଦ୍ର ବେହେରା,
ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଲାଇ,ଗୋଲଖ ପଲାଇ, ଦୀନବନ୍ଧୁ ସାହୁ, ପ୍ରମୋଦ ସାହୁ, ଅଙ୍ଗନବାଡ଼ି କର୍ମୀ ବିଜୟ ଲକ୍ଷ୍ମୀ ସ୍ଵାଇଁ ଓ ସାଥୀ,ସି ଆର୍ ପି,, ବ୍ୟାଙ୍କ ମିତ୍ର, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ରହି ବିକାଶ ବାହନ ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ମାଗଣା ସ୍ଵାସ୍ଥ୍ୟ ଶିବିର, ଆୟୂଷ୍ମାନ କାର୍ଡ ଯୋଗାଣ ଶିଵିର, ସୁଭଦ୍ରା ଯୋଜନା , ସାମାଜିକ ନିରାପତ୍ତା ଭତ୍ତା ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

No Result
View All Result