ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆସନ୍ଥା ଆନ୍ତର୍ଜାତୀୟ ଯୋଗ ଦିବସକୁ ଧ୍ୟାନରେ ରଖି ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ମଣ୍ଡଳର ବିଭିନ୍ନ ସ୍ଥାନରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ଯୋଗ କର୍ମଶାଳା ଆୟୋଜନ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ସମସ୍ତଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା । ସାଧାରଣ ଜନତା ଏବଂ ଏହାର କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ଯେ’ ଯୋଗ ସହିତ ପ୍ରତ୍ୟେକ ଦିନ ଆରମ୍ଭ କରିବା ଦ୍ୱାରା ଶକ୍ତି ଏକାଗ୍ରତା ଏବଂ ସକାରାତ୍ମକତା ମିଳିଥାଏ ।

ଖୋର୍ଦ୍ଧାରୋଡ୍, କଟକ,ବ୍ରହ୍ମପୁର,ପଲାସା, ଅନୁଗୁଳ ଏବଂ କେନ୍ଦୁଝରଗଡ଼ ରେ ଯୋଗ କର୍ମଶାଳା ଆୟୋଜନ କରାଯାଇଛି । ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନେ ଯୋଗାଭ୍ୟାସ ରେ ଅଂଶଗ୍ରହଣ କରିଥିଲେ । ଯୋଗ ବିଶେଷଜ୍ଞଙ୍କ ଅଂଶଗ୍ରହଣରେ ବିଭିନ୍ନ ଯୋଗ ଆସନ ଏବଂ ସେମାନଙ୍କର ଗୁରୁତ୍ୱ ବୁଝାଯାଇଥିଲା । ଏହି ଅବସରରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।














