No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ପଞ୍ଚମ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ଶିଳ୍ପ ପରିଚାଳକ ଶ୍ରୀ ସୁନାରାମ ସିଂ ଓ ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ ବାରା ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ହିତାଧିକାରୀଙ୍କୁ ପ୍ରାଞ୍ଜଳ ଭାବରେ ସଚେତନତା କରେଇଥିଲେ ।

ଆଜିର ପଞ୍ଚମ ସନ୍ଧ୍ୟାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀ ଶଙ୍କର କେରକେଟା,ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ପ୍ରକଳ୍ପ ନିର୍ଦ୍ଦେଶକ , ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଗଜପତି ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।
ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମଲେଇ ନୃତ୍ୟ ଅନୁଷ୍ଠାନ , ଡ୍ରିମ୍ ଡେନ୍ସ ଷ୍ଟୁଡ଼ିଆ, ବଜରଙ୍ଗ ସୌରା ଡାନ୍ସ ଗ୍ରୁପ ଓ ବନଖଣ୍ଡ ବିଭାଗ ତରଫରୁ ସଚେତନତା ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି ସିଓ ଓରମାସ୍ ଶ୍ରୀ ସୁଭଳ ଜେନାମଣି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ଭେଙ୍କଟ ରାଓ ଆଚାରୀ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result