• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ : ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

Proprietor Abhimanyu Maharana by Proprietor Abhimanyu Maharana
June 20, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
Pioneering Eye Care in Odisha: LVPEI Bhubaneswar launches Inherited Retinal Dystrophies Clinic with In-house Genetic Testing
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ମିଠୁ ତୁଳସୀ ଚନରାଇ (ଏମଟିସି) କ୍ୟାମ୍ପସରେ ଅବସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ଆନୁବଂଶିକ ରେଟିନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରିବା ପାଇଁ ଏକ ଉତ୍ସର୍ଗୀକୃତ ଇନହେରିଟେଡ୍ ରେଟିନାଲ୍ ଡିଷ୍ଟ୍ରୋଫି (ଆଇଆରଡି) କ୍ଲିନିକ୍ ଆରମ୍ଭ କରିଛି । ଏହି ଆଇଆରଡି କ୍ଲିନିକ୍ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ଲୋକଙ୍କ ପାଇଁ ଉନ୍ନତ ଭାବେ ରୋଗ ନିର୍ଣ୍ଣୟକୁ ଅଧିକ ସୁଲଭ କରି ଇନ୍-ହାଉସ୍ ଜେନେଟିକ୍ ପରୀକ୍ଷଣ ସୁବିଧା ପ୍ରଦାନ କରିବ । ଏହା ରାଜ୍ୟରେ ବଂଶାନୁକ୍ରମିକ ଜେନେଟିକ୍ ଚକ୍ଷୁ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ଚିକିତ୍ସାରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସହାୟକ ହେବ ।

ଆଇଆରଡି ହେଉଛି ଜେନେଟିକ୍ ଅବସ୍ଥାର ଏକ ଗୋଷ୍ଠୀ ଯାହା ରେଟିନାକୁ ପ୍ରଭାବିତ କରେ, ଏହା ଫଳରେ ଛୋଟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ଦୃଷ୍ଟିଶକ୍ତି ହ୍ରାସ ପାଏ, ଏପରିକି ଅନ୍ଧତ୍ୱ ମଧ୍ୟ ହୋଇପାରେ । ଏଥିରେ ରେଟିନାଇଟିସ୍ ପିଗମେଣ୍ଟୋସା, ଲେବର୍ କଞ୍ଜେନିଟାଲ୍ ଏମୋରୋସିସ୍, ଷ୍ଟାରଗାର୍ଡ ରୋଗ ଏବଂ କୋନ୍-ରଡ୍ ଡିଷ୍ଟ୍ରୋଫି ଭଳି ରୋଗ ଅନ୍ତର୍ଭୁକ୍ତ । ଅନେକ କ୍ଷେତ୍ରରେ ସଚେତନତା ଏବଂ ସ୍ୱତନ୍ତ୍ର ସୁବିଧା ଅଭାବରୁ ଏସବୁ ରୋଗ ଭୁଲ ଭାବରେ ନିର୍ଣ୍ଣୟ କରାଯାଏ କିମ୍ବା ବହୁତ ବିଳମ୍ବରେ ଚିହ୍ନଟ କରାଯାଏ । ଆଇଆରଡି ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ଶୈଶବରୁ ଆରମ୍ଭ ହୋଇପାରେ ଏବଂ କିଶୋରାବସ୍ଥା ଓ ପ୍ରାପ୍ତବୟସ୍କ ହେବା ପର୍ଯ୍ୟନ୍ତ ବଢ଼ିପାରେ, ଯାହା ଶିକ୍ଷାଲାଭ, ନିଯୁକ୍ତି ଏବଂ ଜୀବନର ଗୁଣବତ୍ତା ଉପରେ ଗୁରୁତର ପ୍ରଭାବ ପକାଇପାରେ ।

ପିଲାମାନଙ୍କଠାରେ ପ୍ରଥମେ ରାତିକାଳୀନ ଅନ୍ଧତ୍ୱ ହୁଏ, ତା’ପରେ ବସ୍ତୁ ଦୃଷ୍ଟିକ୍ଷେତ୍ର ମଧ୍ୟଭାଗକୁ ନ ଆସିଲେ ଦେଖା ନଯିବା (ଟନେଲ୍ ଭିଜନ୍) ଏବଂ ଶେଷରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇପାରନ୍ତି । ଅନ୍ୟାନ୍ୟ ଅନ୍ଧତ୍ୱ ଭଳି ଏହା ନୁହେଁ । ଆଇଆରଡି ବଂଶାନୁକ୍ରମିକ ଭାବରେ ହୁଏ ଏବଂ ପିଢ଼ି ପରେ ପରିବାରର ଅନେକ ସଦସ୍ୟଙ୍କୁ ପ୍ରଭାବିତ କରିପାରେ। “ଅନେକ ପରିବାର ନିରୂପଣ ହୋଇନଥିବା ବଂଶାନୁକ୍ରମିକ ଅନ୍ଧତ୍ୱ ସହିତ ବଞ୍ଚନ୍ତି କାରଣ ସେମାନେ ମୂଳ ଜିନଗତ କାରଣ ବିଷୟରେ ଜାଣି ନ ଥାନ୍ତି । ଜେନେଟିକ୍ ପରୀକ୍ଷଣ କେବଳ ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରେ ନାହିଁ ବରଂ ନିର୍ଦ୍ଦିଷ୍ଟ ଚିକିତ୍ସା, ନୈଦାନିକ ପରୀକ୍ଷଣରେ ଅଂଶଗ୍ରହଣ ଏବଂ ସୂଚନା ମିଳିବା ଯୋଗୁଁ ପାରିବାରିକ ଯୋଜନା ପାଇଁ ମଧ୍ୟ ପଥ ଉନ୍ମୁକ୍ତ କରିଥାଏ ।

ଆମର ଲକ୍ଷ୍ୟ ହେଉଛି ଓଡ଼ିଶାରେ ବ୍ୟାପକ, ସହାନୁଭୂତିପୂର୍ଣ୍ଣ ଏବଂ ବିଜ୍ଞାନ-ଭିତ୍ତିକ ଚିକିତ୍ସା ପ୍ରଦାନ କରିବା,” ବୋଲି ଏଲଭିପିଇଆଇ ଭୁବନେଶ୍ୱରରର ରେଟିନା ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ପାଢ଼ୀ କହିଛନ୍ତି। ଏଲଭିପିଇଆଇ ଭୁବନେଶ୍ୱର ସ୍ଥିତ ଆଇଆରଡି କ୍ଲିନିକ୍ ବହୁବିଧ ପଦ୍ଧତି ପ୍ରଦାନ କରେ ଯେଉଁଥିରେ ସ୍ୱତନ୍ତ୍ର ରେଟିନା ମୂଲ୍ୟାଙ୍କନ, ଇଆରଜି ଏବଂ ଭିଇପି ଭଳି ଇଲେକ୍ଟ୍ରୋଫିଜିଓଲୋଜିକାଲ୍ ଟେଷ୍ଟ, ଜିନ୍ ପ୍ୟାନେଲ୍ କିମ୍ବା ସାମଗ୍ରିକ ଏକ୍ସୋମ୍ ସିକ୍ୱେନ୍ସିଂ ସାହାଯ୍ୟରେ ଉନ୍ନତ ଜେନେଟିକ୍ ପରୀକ୍ଷଣ ଏବଂ ଜେନେଟିକ୍ ପରାମର୍ଶ ଅନ୍ତର୍ଭୁକ୍ତ । ଏହି କ୍ଲିନିକ୍ ଦୁର୍ବଳ ଦୃଷ୍ଟିଶକ୍ତି ଥିବା ଛୋଟପିଲା ଏବଂ ଯୁବକମାନଙ୍କ ପାଇଁ କମ୍ ଦୃଷ୍ଟିଶକ୍ତି ପାଇଁ ଆବଶ୍ୟକ ସହାୟକ ଉପକରଣ, ଗତିଶୀଳତା ତାଲିମ ଏବଂ ଶିକ୍ଷାଗତ ସହାୟତା ସମେତ ପୁନର୍ବାସ ସେବା ମଧ୍ୟ ପ୍ରଦାନ କରେ ।

ଇନ-ହାଉସ୍ ଜେନେଟିକ୍ ପରୀକ୍ଷା ଏବଂ ଜାତୀୟ ସହଯୋଗର ଉପଲବ୍ଧତା ସହିତ, ରୋଗୀମାନଙ୍କୁ ଏପରି ଉନ୍ନତ ଚିକିତ୍ସା ପାଇଁ ଆଉ ଅନ୍ୟ ବଡ଼ ବଡ଼ ସହରକୁ ଯିବାକୁ ପଡିବ ନାହିଁ । ଏହି କ୍ଲିନିକ୍ ଏଥିପୂର୍ବରୁ ଅନେକ ପରିବାରରେ ନିଶ୍ଚିତ ଜେନେଟିକ୍ ପରିବର୍ତ୍ତନକୁ ଚିହ୍ନଟ କରିଛି, ଯେଉଁମାନଙ୍କ ମଧ୍ୟରୁ କେତେକ ଏବେ ଜିନ୍-ଆଧାରିତ ଚିକିତ୍ସା କିମ୍ବା ନୈଦାନିକ ପରୀକ୍ଷଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଇଆରଡି କ୍ଲିନିକ୍ ବିଶେଷ ଭାବରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ଚକ୍ଷୁରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକଙ୍କ ପାଇଁ ପ୍ରାସଙ୍ଗିକ ଯେଉଁମାନେ ଅଜ୍ଞାତ କାରଣରୁ ଦୃଷ୍ଟିଶକ୍ତି ହରାଇଥିବା ରୋଗୀଙ୍କୁ ସମ୍ମୁଖୀନ ହୁଅନ୍ତି । ଆଇଆରଡି କ୍ଲିନିକକୁ ରୋଗୀଙ୍କୁ ଶୀଘ୍ର ପଠାଇବା ଦ୍ୱାରା ଠିକ୍ ସମୟରେ ରୋଗ ନିର୍ଣ୍ଣୟ, ଉପଯୁକ୍ତ ଚିକିତ୍ସା ଏବଂ ପ୍ରଭାବିତ ପରିବାରକୁ ସହାୟତା ନିଶ୍ଚିତ ଭାବେ ମିଳିପାରିବ ।

ଭୁବନେଶ୍ୱରର ଏଲଭିପିଇଆଇ ଏମଟିସି କ୍ୟାମ୍ପସରେ ଆଇଆରଡି କ୍ଲିନିକ୍ ଦେଶର ପୂର୍ବ ଭାଗରେ ଆଇଆରଡି ଗବେଷଣା ଏବଂ ରୋଗୀ ସେବାର କେନ୍ଦ୍ର ଭାବରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଏକ ପଦକ୍ଷେପ ଅଟେ । ଏହି କ୍ଲିନିକ୍ ସମାଜର ସମସ୍ତ ବର୍ଗ ପାଇଁ ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସା ପହଞ୍ଚାଇବାକୁ ପ୍ରତିବଦ୍ଧ, ଯେଉଁଥିରେ ବିରଳ ଏବଂ ଜେନେଟିକ୍ ଚକ୍ଷୁ ରୋଗ ଉପରେ ବିଶେଷ ଧ୍ୟାନ ଦିଆଯାଏ । ରୋଗୀ ଏବଂ ରେଫର୍ କରୁଥିବା ଡାକ୍ତରମାନେ ଫୋନ୍ [୦୬୭୪-୨୬୫୩୦୦୧] କିମ୍ବା ଇମେଲ୍ [b.lvpei-appointment@lvpei.org] ମାଧ୍ୟମରେ ଏଲଭିପିଇଆଇ ଭୁବନେଶ୍ୱରର ଆଇଆରଡି କ୍ଲିନିକ୍ ସହିତ ଯୋଗାଯୋଗ କରିପାରିବେ ।

ଏଲଭିପିଇଆଇ ବିଷୟରେ: “ଉତ୍କୃଷ୍ଟ ଏବଂ ସମାନ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଯାହା ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବ” ଏହି ଲକ୍ଷ୍ୟ ନେଇ ୧୯୮୭ ମସିହାରେ ସ୍ଥାପିତ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ), ଏକ ବିସ୍ତୃତ ଚକ୍ଷୁ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଯାହାକି ଅନ୍ଧତ୍ୱର ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗିତା କେନ୍ଦ୍ର ଅଟେ ।
ଏଲଭିପିଇଆଇର ପାଞ୍ଚ-ସ୍ତରୀୟ “ଚକ୍ଷୁ ସ୍ୱାସ୍ଥ୍ୟ ପିରାମିଡ୍” ମଡେଲ୍ ଗାଁଠାରୁ ସହର ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ସହିତ ସମସ୍ତଙ୍କୁ ଉଚ୍ଚମାନର ଏବଂ ବ୍ୟାପକ ପ୍ରତିରୋଧକ, ଚିକିତ୍ସାମୂଳକ ଏବଂ ପୁନର୍ବାସମୂଳକ ଚକ୍ଷୁ ଯତ୍ନ ପ୍ରଦାନ କରୁଛି । ଏଲଭିପିଇଆଇ ଚକ୍ଷୁ ଯତ୍ନ ନେଟୱାର୍କର ଭାରତର ଚାରିଟି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କର୍ଣ୍ଣାଟକରେ ୩୧୦+ କେନ୍ଦ୍ର ଅଛି । ଏହା ବର୍ତ୍ତମାନ ସୁଦ୍ଧା ୨୪ ନିୟୁତ (୨ କୋଟି ୪୦ ଲକ୍ଷ) ରୁ ଅଧିକ କେନ୍ଦ୍ର-ଆଧାରିତ ସେବା ପ୍ରଦାନ କରିଛି, ଯେଉଁଥିରେ ୫୦%ରୁ ଅଧିକ ସେବା ଚକ୍ଷୁ ଯତ୍ନର ଜଟିଳତା ନିର୍ବିଶେଷରେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version