No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ପରିସର ରେ ବିକାଶ ବାହନ ର ଶୁଭାରମ୍ଭ କଲେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ।ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମ ଓ ସୁଦୂର ଅଞ୍ଚଳ ଥିବା ଲୋକ ମାନଙ୍କ ପାଖକୁ ସେବା,ଯୋଜନା, ସୂଚନା ଓ ସାହାଯ୍ୟ ପହଁଞ୍ଚାଇବା ଏହି ବିକାଶ ବାହନ ର ମୂଳ ଉଦେଶ୍ୟ ଏବଂ ଚଳିତ ମାସ ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସୁଦୂର ଅଞ୍ଚଳ ଏହି ବାହନ ଯାତ୍ରା କରି ପ୍ରଥମ ଦିନରେ ମୋହନା ଗ୍ରାମ ପଞ୍ଚାୟତ ଓ ଲିଲିଗଡ ଗ୍ରାମ ପଞ୍ଚାୟତ କୁ ଯାତ୍ରା କରିଥିଲା ।

ଏହି ସମୟରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଅଙ୍ଗନ ୱାଡି କର୍ମୀ ଝୋଟି ହୁଳ ହୁଳି ଦେଇ ସ୍ୱାଗତ କରିଥିଲେ। ଏହି ଅବସର ରେ ଦୁଇଟି ପଞ୍ଚାୟତ ରେ ଏକାଧିକ ହିତାଧିକାରୀ ଙ୍କୁ ଆବାସ ଘର କାର୍ଯାଦେଶ ବଣ୍ଟନ ସହ ବିକଳାଙ୍ଗ ଙ୍କୁ ପ୍ରମାଣ ପତ୍ର ସହ ଭତ୍ତା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମୋହନା ବନାଞ୍ଚଳ ଅଧିକାରୀ,ବ୍ଲକ ପରିସର ଉତ୍ସବ ରେ ଜିପିଇଓ ଦୀପକ ପ୍ରଧାନ,

ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ,ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ବାହନ ରଥ କୁ ଶୁଭାରମ୍ଭ କରି ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲେ। ମୋହନା ସରପଞ୍ଚ ସୁନୀତା ମଲ୍ଲିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ,ଜିଆରଏସ, ଯୋଗାଣ ସହାୟିକା, ପଞ୍ଚାୟତ ର ସମସ୍ତ କର୍ମଚାରୀ,ବହୁ ଗ୍ରାମବାସି ଉପସ୍ଥିତ ଥିଲେ।ସମସ୍ତ କାର୍ଯକ୍ରମ କୁ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରିଚାଳନା କରିଥିଲେ ।

No Result
View All Result