No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ପୌର ପରିଷଦ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଵେବର୍ତ୍ତାପଲ୍ଲୀ ବହୁମୁଖୀ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨-୦ ର ସାଧାରଣ କର୍ମଶାଳା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି | ସହରରେ ଚାଳ ଘର କିମ୍ବା କଚା ଘର ଏଣିକି ଆଉ ରହିବ ନାହିଁ, ସମସ୍ତେ ପାଇବେ ପକ୍କା ଘର | ପଟ୍ଟା ଵାଲା ଆଉ ବିନା ପଟ୍ଟା ଵାଲାଙ୍କୁ ସରକାର ଯୋଗାଇଦେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର | ଏ ସମ୍ପର୍କରେ ବ୍ୟାପକ ଜନ ସଚେତନତା ପାଇଁ ନୟାଗଡ ମୁନିସିପାଲିଟି ପକ୍ଷରୁ ଏକ ମେଗା ସଚେତନତା କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରତି ପରିବାରକୁ ଅଢେଇଲକ୍ଷ ଟଙ୍କା ଲେଖାଏଁ ଆବାସ ଗୃହ ନିର୍ମାଣ ପାଇଁ ଯୋଗାଇ ଦିଆଯିବ |

ଯେଉଁ ମାନଙ୍କର ପଟ୍ଟା ନାହିଁ ସେମାନଙ୍କୁ ଫ୍ଲାଟ ଘର ଯୋଗାଇ ସେମାନଙ୍କ ନାମରେ ରେକର୍ଡ କରାଇଦିଆଯିବ | ଏଥିପାଇଁ ଚଳିତ ବର୍ଷ ଡ଼ିସେମ୍ବର ଶେଷ ସୁଦ୍ଧା ଅନ ଲାଇନ ଆବେଦନ କରିବାକୁ ଲୋକ ମାନଙ୍କୁ କର୍ମଶାଳାରେ ପରାମର୍ଶ ଦିଆ ଯାଇଛି | ଏହି କାର୍ଯ୍ୟକ୍ରମରେ ପୁରୁଷ ମହିଳା ହୋଇ ପ୍ରାୟ ୪ ସହରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଛି | ପୌର ପରିଷଦର ଅଧକ୍ଷା ନିରୁପମା ଖଟେଇ କର୍ମଶାଳାକୁ ଉଦଘାଟନ କରିଥିଲେ |

ଉପ ନଗରପାଳ ଗୁରୁ ପ୍ରସାଦ ଜେନା, ପରିଷଦ ସ୍ୱୟପ୍ରଭା ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ କର୍ମଶାଳାରେ ଉପସ୍ଥିତଙ୍କୁ ଯୋଜନାର ସଫଳତା ସମ୍ପର୍କରେ ଅତି ସୁନ୍ଦର ଭାବେ ତାଲିମ ପ୍ରଦାନ କରିଥିଲେ | କାଉଁଶୀଲର ଲଷ୍ମୀଧର ମହାପାତ୍ର, କିଷାନ କୁମାର ଦାସ,ମଞ୍ଜୁ ଗୁମାନସିଂ, ଜାନକୀ ବଲ୍ଲଭ ଜେନା, ରାଜ କୁମାର ସାହୁ, ଶର୍ମିଲା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଜନାଭିମୁଖୀ ଯୋଜନାର ଭୁୟସୀ ପ୍ରଂଶସା କରିଥିଲେ |

ଏହି ସମସ୍ତ କାର୍ଯ୍ୟକ୍ରମକୁ ଆବାସ ବିଭାଗର କ୍ଲର୍କ ତଥା ସଂଚାଳକ ଗଜେନ୍ଦ୍ର କୁମାର ମହାରଣା, କ୍ୟାସିଅର ଶିଶିର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ସୁ ପରିଚାଳନାରେ ଆବାସ ବିଶେଷଜ୍ଞ ତଥା ସହକାରୀ ଯନ୍ତ୍ରୀ ଇଂ ସୁଭାଶିଷ ସେଠି, ଆବାସ ଇନଚାର୍ଜ ରଞ୍ଜନ କୁମାର ମହାପାତ୍ର,କମ୍ୟୁନିଟ ଅର୍ଗାନାଇଜର ଇନ୍ଦୁମତୀ ପରିଡା, ସମାଜସେବୀ ରୁଦ୍ର ପ୍ରସନ୍ନ ରଥ ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ |

No Result
View All Result