No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସାମ୍ବାଦିକଙ୍କୁ ଆକ୍ରମଣ କାରିଙ୍କ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ହୋଇନଥିବାରୁ ରାଜ୍ୟ ରେ ଦିନକୁ ଦିନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇ ଚାଲିଛି,
ସାମ୍ବାଦିକ ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ତୁରନ୍ତ କରିବା ଦାବି ନେଇ ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ଗତ କିଛି ଦିନ ହେଲା ରାଜ୍ୟ ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସମ୍ବାଦ ସଂଗ୍ରହ ଓ ପରିବେଷଣ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢି ଚାଲିଛି ।
ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥପାଲ୍ଲି ର ଜଣେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଗୋଡ଼ ହାତ ବାନ୍ଧି ଗୋଇଠା ମାଡ଼ ଦେଇ ବର୍ବୋରୋଚିତ ଆକ୍ରମଣ ଓ ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣା କୁ ରାଜ୍ୟର ସମସ୍ତ ସରକାରୀ ଗଣ ମାଧ୍ୟମ ପ୍ରତିନିଧି ଘୋର ପ୍ରତିବାଦ ସହ ନିନ୍ଦା କରି ଆନ୍ଦୋଳନ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ଦୀର୍ଘ ୩ଦିନ ପରେ ବିଳମ୍ବରେ ପୁଲିସ ଗିରଫ କରିଛି । କେବଳ ଗିରଫ କରିଦେଲେ ହେବ ନାହିଁ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ।
ଏପରି ଘଟଣା ଆଗାମୀ ଦିନରେ ଯେପରି ନ ଘଟିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ସହିତ ରାଜ୍ୟରେ ‘ସାମ୍ବାଦିକ ସୁରକ୍ଷା ଆଇନ’ ତୁରନ୍ତ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଏହି ଅବସର ରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ବରିଷ୍ଠ ଉପଦେଷ୍ଠା ରତ୍ନାକର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିହ ଚରଣ ମହାନ୍ତି, ଗୌରୀଶଙ୍କର ପଣ୍ଡା, ଦିଲ୍ଲୀପ ପଟନାୟକ, କିଶୋର ପାତିକା, ମନୋଜ ସାହା, ରାହୁଲ ଗୋଲରୀ, ଏମ. ଚନ୍ଦ୍ର ରାଓ, ମିରନାଲ ମଣ୍ଡଳ, ବିଜୟ ମଣ୍ଡଳ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ।

No Result
View All Result