No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଦୋଳମଣ୍ଡପ ସାହି ଜେନାରୀଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣଙ୍କ ଜଳଶାୟୀ ଉତ୍ସବ ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ମାଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି, ଅବକାଶ, ବାଳ ଭୋଗ ଓ ସଙ୍ଖୁଡି ଭୋଗ ପରେ ମାଙ୍କ ଅସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା l ପରେ, , ଶିଶିର ଶତପଥି,ରଞ୍ଜନ ଦାଶ, ଅକ୍ଷୟ କର, ଯତୀନ୍ଦ୍ର କୁମାର ପାଣିଗ୍ରାହୀ,ତ୍ରିଲୋଚନ ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ନିକଟସ୍ଥ କୂଅରୁ ଗରୁରେ ଜଳ ତୋଳି ଆଣି ମାଙ୍କ ଅସ୍ଥାନ ନିକଟରେ ଥୋଇବା ପରେ ମାଙ୍କ ପୂଜକ ସୋମନାଥ ଦାଶ ଓ ପିନାକ ଦାଶ ଜଳରେ ଅଗୁର,

ଚନ୍ଦନ, ଚୁଆ, କେସର ଓ ସୁବାସିତ ପୁଷ୍ପ ମିଶ୍ରଣ କରିବା ପରେ ମାଙ୍କ ମସ୍ତକରେ ଜଳ ଲାଗି କରାଯାଇଥିଲା l ପରେ ପଣା ଭୋଗ କରାଯାଇଥିଲା l ସନ୍ଧ୍ୟାରେ ମାଙ୍କ ଅସ୍ଥାନରୁ ଜଳ ନିଷ୍କାସନ କରାଯିବା ପରେ ମାଆଙ୍କୁ ଚନ୍ଦନ ବେଶରେ ସଜିତ କରାଯାଇ ସନ୍ଧ୍ୟା ଆଳତି କରାଯାଇଥିଲା l ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ମାଙ୍କ ଜଳଶାୟୀ ଓ ବେଶ ଦର୍ଶନ କରି ଆଶିଷ ଲାଭ କରିଥିଲେ l

ରାତିରେ ମାଙ୍କୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇଥିଲା l ଏହି ଅବସରରେ ମାଆଙ୍କ ମନ୍ଦିରକୁ ଉଜ୍ୱଳ ଆଲୋକମାଳାରେ ସଜିତ କରାଯାଇଥିଲା l ମା ରାମଚଣ୍ଡୀ ଠାକୁରାଣୀ ପରିଚାଳନା କମିଟି ସମ୍ପାଦକ ମାଗୁଣି ପୃଷ୍ଟି, ସହ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଗୋବିନ୍ଦ ଦତ୍ତ ଓ କୋଷାଧକ୍ଷ ବୁଲୁ ପଢ଼ିଆରୀ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ l

No Result
View All Result