ରାୟଗଡ଼ା (ଓଡ଼ିଶା ତାଜା ନ୍ୟୁଜ୍) କଲ୍ୟାଣସିଂହପୁର :- ସମୃଦ୍ଧ ଓଡ଼ିଶାର ନୂତନ ଲକ୍ଷ୍ୟ ନେଇ ରାଜ୍ୟ ସରକାର “ବିକଶିତ ଗାଁ, ବିକଶିତ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି । ହେଲେ ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ନିକଟରେ ଏବେ ବି ବିକଶିତ ଭାରତର ବାର୍ଷା ପହଞ୍ଚି ପାରିନାହିଁ I କଚା ଘରକୁ ପକ୍କା କରିବାକୁ ରହିଥିବା ବେଳେ ଆବାସ ଯୋଜନା ଏବେ ବି ସେମାନଙ୍କ ପାଇଁ ଅପହଞ୍ଚ ଏଣୁ ପାରମ୍ପରିକ କଞ୍ଚା ଇଟାରେ ନିର୍ମାଣ କରିଥିବା ଘରକୁ ସେମାନେ ଛାଡ଼ି ପାରିନାହାନ୍ତି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ବିଷମ କଟକ ଓ ମୁନିଗୁଡା ବ୍ଲକରେ ଏବେ ବି ବିରଳ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରି ଆସୁଛନ୍ତି। ଏହି ବର୍ଗର ଲୋକେ ନିଜେ କଞ୍ଚା ଇଟା ତିଆରି ଘର କରି ସେଥ୍ରେ ରହୁଥିବା ଦେଖିବାକୁ ମିଳୁଛି ।
ଲୋକେ ପୂର୍ବେ ଛଣ ଛପର କରି କାଠ ଓ ବାଉଁଶରେ କାନ୍ଥ ନିର୍ମାଣ କରି ଘରେ ରହୁଥିଲେ।ହେଲେ ସମୟର ପରିବର୍ତ୍ତନ ଯୋଗୁ ବର୍ତ୍ତମାନ ଆଲ୍ବେଷ୍ଟ ଓ ଟିଣ ଛପର କରୁଛନ୍ତି। ପୂର୍ବଭଳି ଛଣ ମିଳୁନଥିବାରୁ ଆଜବେଷ୍ଟସ୍ ଓ ଟିଣ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି | ରାୟଗଡା ଜିଲ୍ଲାର ତିନି ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ପ୍ରାୟ ୧୧୨ଗାଁରେ ବସବାସ କରୁଥିବା ଜନଜାତିଙ୍କ ପାଇଁ ଏହି ଘର ହିଁ ଭରସା ବୋଲି କହିଛନ୍ତି। ଗ୍ରାମ ଗୁଡାକ ଦୁର୍ଗମ ପାହାଡ ଉପରେ ରହୁଥିବାରୁ ରାସ୍ତା ନଥିବା ଓ ବଡ଼ବଡ଼ ଘାଟି ଉପରେ ରହୁଥିବାରୁ ଘର କରଣା ସାମଗ୍ରୀ ନେବା ଆଣିବା ଅସୁବିଧା ଯୋଗୁଁ ପୋଡା ଇଟା ଚିପ୍ସ ନେବାରେ ସମସ୍ୟା ସୃଷ୍ଟି ହୋଇଛି।

ସେହିପରି ବାଲି, ଇଟା, ଲୁହାଛଡ଼ ନେବା ଆଣିବା ପାଇଁ ଅଧିକ ଖର୍ଚ ହେବାକୁ ପଡୁଥିବାରୁ ଘର କରିବା କଷ୍ଟକର ହୋଇ ପଡିଛି ଏମାନଙ୍କ ପାଇଁ ଗତ କୋଡିଏ ବର୍ଷ ପୂର୍ବେ ନିୟମଗିରି ଡଙ୍ଗରିଆଙ୍କୁ ତକ୍ରାଳୀନ ଜିଲ୍ଲାପାଳ ବିଷ୍ଣୁପଦ ସେଠି ପ୍ରତି ଘରକୁ ମାଗଣା ଟିଣ ଯୋଗାଇ ଥିଲେ ମଧ୍ୟ ଅନେକ ରାସ୍ତା ସମସ୍ୟା ପାଇଁ ସେତେବେଳେ ବିକ୍ରି କରିଦେଇଥିଲେ । କିନ୍ତୁ ସେ ସମୟ ଆଉ ନାହିଁ । ରାସ୍ତା ନିର୍ମାଣ ହୋଇଛି। ଗାଡ଼ି ଚାଲିଲା । ଘର ବି ଅନେକଙ୍କୁ ମିଳିଛି। ସରକାର ଜନମନ ଯୋଜନାରେ ଦୁଇ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ବି ଘର କରିବା ପାଇଁ ଉକ୍ତ ଟଙ୍କା ନିଅଣ୍ଟ ପଡୁଛି। ବିଲ୍ ପାଇଁ ହନ୍ତସନ୍ତ ହେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଡଙ୍ଗରିଆ ମାନେ l
ଡଙ୍ଗରିଆଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଡିକେଡିଏ ପ୍ରକଳ୍ପ ୧୯୮୬ ମସିହାରେ ଆରମ୍ଭ ହୋଇ ଚାଳିଶି ବର୍ଷ ବିତିଯାଇଥିଲେ ମଧ୍ୟ ବିକାଶର ଛାପ ବହୁ ଦୂରରେ କହିଲେ ଭୁଲ ହେବ ନାହିଁ l ଅନେକ ଡଙ୍ଗରିଆ ଅଛନ୍ତି ଆବାସ ଯୋଜନାରେ ପକ୍କା ଘରଟିଏ କରି ପାରିନାହାନ୍ତି । କଞ୍ଚା ଇଟା ମାଟିରେ ନିର୍ମାଣ ଘରେ ସ୍ତ୍ରୀ ଓ ପିଲାଛୁଆ ଚାରି ଜଣଙ୍କୁ ନେଇ ରହୁଛନ୍ତି। ଏଭଳି ଘରେ ରହି ସେମାନେ ଖୁସିଥିବା କହନ୍ତି । ଶୀତ ସମୟରେ ବେଶି ଥଣ୍ଡା ଲାଗେ ନାହିଁ କି ଖରା ସମୟରେ ବେଶି ଗରମ ମଧ୍ୟ ହୁଏ ନାହିଁ ଇଟା ମାଟି କାଠ ବାଉଁଶ ଘର ଶୀତତାପ ନିୟନ୍ତ୍ରିତ ଭଳି କାମ କରିଥାଏ l ତା’ଛଡ଼ା, ଏହି ଘରେ ବିଭିନ୍ନ ପର୍ବ ପର୍ବାଣିରେ ରଙ୍ଗ ଦେବା ପାଇଁ ରଙ୍ଗମାଟି, କଳାମାଟି ଓ ଧଳା ପଥରକୁ ଚୂନାକରି ରଙ୍ଗ ଦିଆଯାଏ।














