ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା l ଗଜପତି ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ଙ୍କ ପ୍ରୋତ୍ସାହନରେ ମୋହନା ବ୍ଲକ

ଜୀରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ଗ୍ରୁପ୍ ପକ୍ଷରୁ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ରିସୋର୍ଟ ବା ପଞ୍ଚ ତାରକା ହୋଟେଲ ନିର୍ମାଣ ହେବାକୁ ଯାଉଛି l ଯାହା ଫଳରେ ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ତାର ଶିଳାନ୍ୟାସ କରିଥିଲେ l

ଏହି ରିସୋର୍ଟ ହେବା ଦ୍ୱାରା ଅଞ୍ଚଳରେ ପର୍ଯଟନ କ୍ଷେତ୍ର ରେ ବିକାଶ ହେବା ସହ ଯୁବ ପିଢ଼ିମାନେ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖିଥିଲେ l କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ,

ଏସ ଡି ସି ଅଧ୍ୟକ୍ଷ କାମଦେବ ବଡ଼ ନାୟକ,ପ୍ରଶାନ୍ତ ମଲ୍ଲିକ ଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ତିଦ୍ଧତୀୟ ଗୁରୁଜୀ ପ୍ରେମା ଖେମ୍ପୋ,ଏଡିଏମ୍ ଓ ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଙ୍କ

ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସମେତ ସ୍ଥାନୀୟ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l















