କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କଟକ ସଦର ଥାନା ଅନ୍ତର୍ଗତ ଆମଣ ଗ୍ରାମର ଶ୍ରୀ ଶ୍ରୀ ଵରୁଣେଶ୍ୱର ମହାଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଜୀୟୂ ଓ ମା’କ୍ଷେତ୍ରପାଳଙ୍କ ପୀଠସ୍ଥଳରେ ବିଶ୍ୱର କଲ୍ୟାଣ ନିମନ୍ତେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋଭାଯାତ୍ରାରେ ଆମଣ ଗ୍ରାମର ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ପବିତ୍ର ପୁଷ୍କରିଣୀରୁ ଜଳ କଳସ ନେଇ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ଏହି ବିଶ୍ଵଶାନ୍ତି ମହାଯଜ୍ଞ ବୈଶାଖ ଶୁକ୍ଳ ନବମୀ ୨୫ ତାରିଖ ଠାରୁ ଆରମ୍ଭ ହୋଇ ବୈଶାଖ ଦ୍ୱlଦଶୀ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ଉପଲକ୍ଷେ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମରୋହ , ନାମ ସଙ୍କୀର୍ତ୍ତନ ,ପ୍ରବଚନ ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।














