No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ପରିସରରେ ପୁରୀଜିଲ୍ଲା ବିପର୍ଯୟ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରୀବନ୍ଧୁ ପଳାଇଙ୍କ ସଭାପତିତ୍ୱ ରେ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇଦେବା ଉଦେଶ୍ୟରେ ବ୍ରହ୍ମଗିରି ଚାଷୀ ସୁରକ୍ଷା ସଂଘ ନାମରେ ଏକ ସଂଗଠନ ଗଠିତ ହୋଇଛି | କମିଟି ର ସଭାପତି ଭାବେ ସମାଜସେବୀ ବ୍ରହ୍ମଗିରି ମାଟିର ପୁଅ ଆଡଭୋକେଟ ଯୁଧିଷ୍ଠିର ଜେନାଙ୍କୁ ମନୋନୀତ କରାଯାଇଛି l
ବ୍ରହ୍ମଗିରି ଅଂଚଳରେ ଥିବା ନଦୀ, କେନାଲ ଦଳରେ ଭର୍ତ୍ତି ହୋଇ ରହିଛି |ଯାହାଫଳରେ ଜଳର ଗତିବିଧି ଚଞ୍ଚଳ ହେଉନାହିଁ | ଏଲ. ଆଇ ପଏଣ୍ଟ ରୁ ପାଣି ଯାଉଥିବା ନାଳରେ ର ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ରହୁଛି| ଯାହାଦ୍ୱାରା ଚାଷୀ ର ବିଲ କୁ ପାଣି ଯାଉନାହିଁ | ଶାରଦ ଧାନ ହେଉନାହିଁ| ଆଗକୁ ସରକାର ଚାଷ ଜମିକୁ ପାଣିର ସୁବିଧା ନ କରିଲେ ଚାଷୀମାନେ ରାଜରାସ୍ତାରେ ଏକ ବଡ଼ ଧାରଣ ର ବିକ୍ଷୋଭ କରିବେ ବୋଲି ଆବାହକ ବିହାରୀବନ୍ଧୁ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
No Result
View All Result