No Result
View All Result
ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି ।
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ କ୍ଷ ଭାରତର ଘନ ଘନ ଆକ୍ରମଣ ପରେ ପାକିସ୍ତାନ ଥରହର ହୋଇଛି । ସେନା ମୁଖ୍ୟ ଅସିମ ମୁନିର ସାମ୍ନାକୁ ଆସୁ ନ ଥିବାବେଳେ ଏବେ ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁ ନାହିଁ । ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ କେଉଁଠି ରହିଛନ୍ତି ତାହା ଜଣାପଡ଼ି ନାହିଁ । ସରିଫଙ୍କ ସହିତ ଯୋଗାଯୋଗ ହୋଇପାରୁ ନ ଥିବା ଜଣାପଡ଼ିଛି । ତେବେ ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି ।
ସେପଟେ ଦେଶରେ ଏକପ୍ରକାର ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସେନାରେ ବିଦ୍ରୋହ ଦେଖାଦେଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବାକୁ ଦାବି ହୋଇଛି । ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ବାଇ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ପାକ୍ ସରକାର ଦୁର୍ବଳ ହୋଇପଡ଼ିଥିବାବେଳେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବା ଲାଗି ସମର୍ଥକମାନଙ୍କ ପାଇଁ ଏହା ଏକ ସୁଯୋଗ ବୋଲି କୁହାଯାଉଛି । ଇମ୍ରାନଙ୍କ ସମର୍ଥକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି ।
No Result
View All Result