No Result
View All Result
ମାସୁଦର ପରିବାର ଭାରତର ଆକ୍ରମଣରେ ନିହତ ହୋଇଛନ୍ତି
ଲାହୋର (ଓଡ଼ିଶା ତାଜା ନ୍ୟୁଜ୍) :- ମାସୁଦ ଆଝାର ଭାଇ ଅବଦୁଲ ରଉଫ ନିହତ , ଭାରତର ଅପରେସନ ‘ସିନ୍ଦୂର’ ରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାର ଭାଇ ଅବଦୁଳ ରଉଫ ଆଝାର ନିହତ ହୋଇଛି । ଏହି ଆତଙ୍କୀ ସଂଗଠନ ଭାରତରେ ୨୦୦୧ରେ ସଂସଦ ଉପରେ ଆକ୍ରମଣ କରିଥିଲା । ଏହାର ମାଷ୍ଟରମାଇଣ୍ଡ ଥିଲା ମାସୁଦ ଆଝାର ।
ମୋଷ୍ଟ ଓ୍ବାଣ୍ଟେଡ୍ ପାକିସ୍ତାନୀ ଆତଙ୍କବାଦୀ ରଉଫ ଆଝାର ଭାରତର ଏୟାରଷ୍ଟ୍ରାଇକ୍ରେ ନହିତ ହୋଇଛି । ମାସୁଦର ପରିବାର ଭାରତର ଆକ୍ରମଣରେ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରଉଫ ମଧ୍ୟ ରହିଛି । ମାସୁଦ ବୁଧବାର ଏହା ସ୍ଵୀକାର କରିଥିଲା । ସେ କହିଥିଲା ଯେ, ବହଓ୍ବଲପୁର ମୁଖ୍ୟାଳୟରେ ଭାରତର ଆକ୍ରମଣରେ ତା’ ପରିବାରର ୧୦ ସଦସ୍ୟ ନିହତ ହୋଇଛନ୍ତି ।
No Result
View All Result