No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ଣୁ ପ୍ରସାଦ ଜେନା ବ୍ଲକ ସ୍ତରରେ ୫୭୨ ନମ୍ବର ରଖି ଟପ୍ପର ହୋଇଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଏକ ସଭା ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଏଥିରେ ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା,
ପୂର୍ବତନ ସରପଞ୍ଚ ରସାନନ୍ଦ ପରିଡ଼ା, ଆଲୁମିନି କମିଟି ସଭାପତି ତପନ କୁମାର ଗଜ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ କମିଟିର କର୍ମକର୍ତ୍ତାଙ୍କ ସହିତ ବିଷ୍ଣୁଙ୍କ ପିତା ବିଜୟ କୁମାର ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭଲ ପାଠ ପଢି ଆଇ ଏସ ଅଫିସର ହେବାର ଲକ୍ଷ ରଖିଥିବା ବିଷ୍ଣୁ ମତ ରଖି ସଫଳତା ର ଶ୍ରେୟ ପିତାମାତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଥିଲେ।
ବିଷ୍ଣୁ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି,ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ମେଧା ବୃତ୍ତି,ଅଷ୍ଟମ ଶ୍ରେଣୀ ରେ ଏନ ଏମ୍ ଏମ୍ ଏସ,ନବମରେ ଏଁନ ଆର ଟି ଏସ ପ୍ରଭୃତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତାଙ୍କ ବଡ଼ ଭାଇ ବିଶ୍ଵନାଥ ମଧ୍ୟ ଜଣେ ମେଧାବୀ ଛାତ୍ର ଭାବରେ ଏହି ବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ଲାଭ କରୁଛନ୍ତି।ଆଲୁମନି କମିଟି ତରଫରୁ ସହଯୋଗ ରାଶି ଭାବରେ ୫୦୦୦ ଟଙ୍କା ବିଷ୍ଣୁଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କର ଏତା ଦୃଶ୍ୟ ସଫଳତା ନେଇ
No Result
View All Result