No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆତଙ୍କବାଦୀ ମାନେ “ସ୍ବାମୀ କଉଠି ଅଛନ୍ତି” ପଚାରିବା ପରେ ଯାଇ ଗୁଳି କରି ହତ୍ୟା କଲେ…..ମାତ୍ର ଚାରିଦିନ ପାଇଁ ଆସିଥିଲୁ, ବୁଲିବାର ଶେଷ ଦିନ ଥିଲା କିନ୍ତୁ……ଏଭଳି ଅନେକ ହୃଦୟ ବିଦାରକ କଥା କୁ କୋହଭରା କଣ୍ଠରେ କହିଛନ୍ତି ପେହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥିଙ୍କ ସ୍ତ୍ରୀ ଓ ପରିବାର । ନିଜ ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ,
ମଙ୍ଗଳବାର ଜାମ୍ମୁ କାଶ୍ମୀର ର ପେହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଅକାଳ ନିଧନ ହୋଇଥିବା ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ପୋଲିସ୍ କଣ୍ଟ୍ରୋଲ ରୁମ୍ ରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ l ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡ଼ିଶା ବାଲେଶ୍ଵରର ପ୍ରଶାନ୍ତ କୁମାର ଶତପଥିଙ୍କ ପରିବାର ବର୍ଗଙ୍କ ସହ ସାକ୍ଷାତ କରି ସମବେଦନା ଜ୍ଞାପନ କରିବା ସହ ସୁବିଧା ଅସୁବିଧା ବୁଝି ସମସ୍ତ ପ୍ରକାର ସହଯୋଗ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ l
ଚାରିଦିନ ଛୁଟିରେ ସପରିବାର ବୁଲି ଯାଇଥିବା ସମୟରେ ଆତଙ୍କବାଦୀ ମାନଙ୍କ ବର୍ବୋରଚିତ ଆକ୍ରମଣ ସମୟର ଘଟଣା ବାବଦରେ ପରିବାର ବର୍ଗ ଙ୍କ ଠାରୁ ଶୁଣିବା ପରେ ଦୁଃଖରେ ମ୍ରିୟମାଣ ହୋଇ ଏହାକୁ ମାନବିକତାର ହତ୍ୟା ରୂପେ ଅଭିହିତ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଘଟଣା ପରେ ସମସ୍ତେ ସ୍ତବ୍ଧ ଅଛନ୍ତି ଏବଂ ଅଞ୍ଚଳରେ ଭିନ୍ନ ଏକ ବାତାବରଣ ସୃଷ୍ଟି ହୋଇଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
କିନ୍ତୁ କୌଣସି ପ୍ରକାର କମ୍ପ୍ରୋମାଇଜ ନାହିଁ ଓ ପ୍ରତି ଜବାବ୍ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସାଂସଦ । ଏଠାରେ ସୂଚନା ଯୋଗ୍ୟ ମଙ୍ଗଳବାର ମଧ୍ୟାହ୍ନ ସମୟରେ ସମଗ୍ର ବିଶ୍ୱକୁ ସ୍ତବ୍ଦ କରିଥିବା ଜମ୍ମୁ କାଶ୍ମୀର ର ପେହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ଦୁଇ ବିଦେଶୀ ଙ୍କ ସମେତ ମୋଟ୍ ୨୬ ଜଣ ମୃତ୍ୟୁବରଣ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରଶାନ୍ତ କୁମାର ଶତପଥିଙ୍କ ମୃତ୍ୟୁ ହୋଇଥିଲା ।
No Result
View All Result