କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଦିନ କଟକ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୂଷମାନ ଭାରତ ଜନ ଆରୋଗ୍ୟ ଯୋଜନାର ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକ କାର୍ଡ଼ ବିତରଣ ଏବଂ ଆୟୁଷମାନ ବୟୋ ବନ୍ଦନା ଯୋଜନାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ପୂର୍ବ ସରକାର ସମୟରେ ୭୦ ବର୍ଷର ଲୋକମାନେ ବିଏସକେୱ।ଇ ରୁ ବାଦପଡିଥିଲେ । ଏବେ ସେହି ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ଆଉ ବଞ୍ଚିତ ହେବେ ନାହିଁ ।

ଏହାସହିତ ପୂର୍ବରୁରୁ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ଼ରେ ପରିବାରର ସମସ୍ତ ବ୍ୟକ୍ତିଙ୍କ ନାମ ରହୁଥିବାରୁ ରାଜ୍ୟ ବାହାରେ ଥିବା ବ୍ୟକ୍ତିଟି ମଧ୍ୟ ବାହାର ରାଜ୍ୟରେ ରହିଥିବାରୁ ଚିକିତ୍ସା ପାଇ ପାରୁନଥିଲା । ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଗୋଟିଏ ଲେଖାଏଁ କାର୍ଡ଼ କରାଯାଇଛି ।

ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ ନିଜର ସ୍ୱାସ୍ଥ୍ୟ କାର୍ଡ଼ ଜରିଆରେ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ପାରିବେ ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅରଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ମହାନ୍ତି , ସ୍ଥାନୀୟ ସମିତି ସଭ୍ୟା ଙ୍କ ସମେତ ବେଣ୍ଟକାର ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ । ୧୦୦ ହିତାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପିଲାମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।