No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ଓଡ଼ିଆ ପକ୍ଷ ପାଳନର ୧୦ମ ଦିନରେ ପୁରୀ ଜିଲ୍ଲା ପ୍ରଶାସନ ହସ୍ତଶିଳ୍ପ କାର୍ଯ୍ୟାଳୟ ଓ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପାଳିତ ହୋଇଥିଲା ଲୋକକଳା ପାଇଁ ଦିନଟିଏ ଓ ବରିଷ୍ଠ କଳାକାର ମାନ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ।ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ପୂର୍ବାହ୍ନରେ ହସ୍ତଶିଳ୍ପ ସଚେତନତା ଶିବିର ର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କଳାକାର ମାନେ ଆମ ସଂସ୍କୃତି ଓ ପରମ୍ପରାର ରକ୍ଷା କବଚ ସଦୃଶ୍ୟ।ସେମାନଙ୍କ ସଂଘର୍ଷ, ପ୍ରତବଦ୍ଧତା ଓ କର୍ମ ପ୍ରବଣତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ଗୁରୁ ଓ ବରିଷ୍ଠ କଳାକାର ମାନଙ୍କୁ ସମ୍ମାନ ଆମ ପୂଜ୍ଯ ପୂଜାର ଅନ୍ୟତମ ମହନୀୟ ପରମ୍ପରା ବୋଲି କହିବା ସହ ବିଭିନ୍ନ କଳାର ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସ୍ବାଗତିକା ପରିଡା,ହସ୍ତଶିଳ୍ପ ପ୍ରମୋଶନ ଅଧିକାରୀ ମନ ମୋହନ ମିଶ୍ର,ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ,ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ହସ୍ତଶିଳ୍ପ,.

ଲୋକ କଳା,ଲୋକ ନୃତ୍ୟ, ଲୋକ ସଂଗୀତ ଆମ ମହାନ ସଂସ୍କୃତି ଓ ପରମ୍ପରାକୁ ପ୍ରତିପାଦିତ କରେ।ଏହାର ସୁରକ୍ଷା ଓ ସଂରକ୍ଷଣ କରୁଥିବା ଗୁରୁ ଓ କଳାକାର ମାନେ ପ୍ରଣମ୍ୟ।ସେମାନ ଙ୍କୁ ସମ୍ବର୍ଦ୍ଧନା ଏକ ଶ୍ରେଷ୍ଠ ସମ୍ମାନ ବୋଲି କହିଥିଲେ।ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଉମାପତି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିଳ୍ପ ଗୁରୁ ସର୍ବଶ୍ରୀ ବନମାଳୀ ମହାପାତ୍ର, ଦୀନବନ୍ଧୁ ମହାପାତ୍ର, ଦେବେନ୍ଦ୍ର ମିଶ୍ର,ଭ୍ରମର ବର ନାୟକ, ଲକ୍ଷ୍ମୀଧର ସୁବୁଦ୍ଧି,

ଦେବୀ ପ୍ରସନ୍ନ ନନ୍ଦ, ଲୋକକଳା ଗୁରୁ ସର୍ବଶ୍ରୀ ଜୟକୃଷ୍ଣ ନାୟକ, କିଶୋର ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ଦାସ,ଶ୍ରୀଧର ସାମନ୍ତରାୟ, ଶ୍ରୀମତୀ ରୂପଶ୍ରୀ ମହାପାତ୍ର,ରବି ପଣ୍ଡା, ଗଙ୍ଗାଧର ସୁନ୍ଦର,ପରମାନନ୍ଦ ପାଣି, ଭରତ ତରେଇ ଓ ଚନ୍ଦ୍ରମଣି ମଲ୍ଲିକ ପ୍ରମୁଖ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ଶେଷରେ ହସ୍ତଶିଳ୍ପ କାର୍ଯ୍ୟାଳୟ ର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result