No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ପାହାଳ :- ପାହାଳ ଥାନା ଅନ୍ତର୍ଗତ ନଖରା ଖାରବେଳ ଇଷ୍ଟେଟ ଉନ୍ନୟନ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ରାଜକିଶୋର ମିଶ୍ର ଓ ଅଜିତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ପ୍ରମୋଦ କୁମାର ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁଶାନ୍ତ କୁମାର ମହାନ୍ତିଙ୍କୁ ୧୫ଖଣ୍ଡ ଭୋଟରେ ପରାସ୍ତ କରିି ନିର୍ବାଚିତ ହୋଇଛନ୍ତି ।

ସେହିପରି ସମ୍ପାଦକ ଭାବେ ଅକ୍ଷୟ କୁମାର ଉପାଧ୍ୟାୟ ୫୫ ଖଣ୍ଡ ଭୋଟ ପାଇ କୃପାସିନ୍ଧୁ ଜେନାଙ୍କୁ ୨୪ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଅନୁରୂପ ଭାବେ କୋଷାଧ୍ୟକ୍ଷ ଭାବେ ସଚିକାନ୍ତ ପଣ୍ଡା ୪୬ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

ଉପସଭାପତି ଭାବେ ସଞ୍ଜୀବ କୁମାର ମହାନ୍ତି, ସହ ସମ୍ପାଦକ ଭାବେ ଲାଲୁ କୁମାର ବେଉରା ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟନିର୍ବାହୀ ସଦସ୍ୟ ମନୋନୀତ କରାଯିବ ବୋଲି ନୂତନ ସଭାପତି ପ୍ରମୋଦ ରାଉତ ସୂଚନା ଦେଇଛନ୍ତି ।
No Result
View All Result