No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ କଚେରୀ ପଡିଆ – ମା’ ଚର୍ଚ୍ଚିକା ପ୍ରଭାତ ଶାଖା ତରଫରୁ ବାଙ୍କୀ କଚେରୀ ପଡିଆ ଠାରେ ସ୍ୱୟଂସେବକମାନଙ୍କ ଗହଣରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ସଭାପତି ଭାବେ ଯୁଗଳଭୂତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ରମାକାନ୍ତ ଭଞ୍ଜ ଯୋଗଦାନ କରି ଏହି ହିନ୍ଦୁ ନବବର୍ଷକୁ ପ୍ରତିପଦା ଉତ୍ସବ କୁହାଯାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଶାଖା ପରିଚାଳକ ପ୍ରସନ୍ନ କୁମାର ପଣ୍ଡା,
ରମାକାନ୍ତ ଭଞ୍ଜ, ସମରେନ୍ଦ୍ର ମହାପାତ୍ର, ଶୁଭ୍ରାଂଶୁ ମୋହନ ପାଢ଼ୀ, ରଘୁନାଥ ପୃଷ୍ଟି, ସୋମନାଥ ସାହୁ, ମନୋଜ କୁମାର ଦଳେଇ, ରାଜେଶ ରଣା, ସୁନୀଲ ସାହୁ, ଭିକାରୀ ଚରଣ ମିଶ୍ର, ବିଜୟ ସାହୁ, ଅକ୍ଷୟ କୁମାର ମହପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଦିଲ୍ଲୀପ୍ କୁମାର ବସନ୍ତରା, ଅମୀନ ଗଣ୍ଠିଆ, ବିଜୟ ମହାନ୍ତି, ଅଜିତ ସୁବୁଦ୍ଧି, ଅଶୋକ ରଣା, ରାଜେଶ ସାହୁ, ତାପସ କୁମାର ଦାଶ ପ୍ରମୁଖ ଯୋଗଦାନ କରି ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
No Result
View All Result