No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆ ସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୭ ଜଣ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଆଜି ପୂର୍ବାହ୍ନରେ ଶିକ୍ଷାବିତ ତଥା ଉତ୍କଳ ସ୍ବାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ବାରିଷ୍ଟର ବିଶ୍ବନାଥ ମିଶ୍ର,ଜୟୀ ରାଜଗୁରୁ, ହରିହର ମର୍ଦ୍ଦରାଜ ଓ ଫକୀର ମୋହନ ସେନାପତି ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଥିଲା ।

ଏଥିରେ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଊପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୂଜ୍ୟ ପୂଜା ପରିଷଦ ରମ୍ଭା ର ସଭାପତି ସୁବାସ ଚନ୍ଦ୍ର ପଣ୍ଡା, ଉତ୍କଳ ସ୍ବାଭିମାନ ମଞ୍ଚ ର ନରସିଂହ ସୁବୁଦ୍ଧି, ବୈକୁଣ୍ଠ ନାଥ ନାୟକ, ଆର୍ତ୍ତତ୍ରାଣ ମଲ୍ଲିକ, ବାସୁଦେବ ସାହୁ, ଦେବେନ୍ଦ୍ର କୁମାର ନନ୍ଦ, ସବୁଜ ମିଶ୍ର, ସୁରରାଜ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତି ସ୍ଥାପନ ଦ୍ଵାରା ମହାପୁରୁଷଙ୍କ ତ୍ୟାଗ, ଆଦର୍ଶ ଓ ଉନ୍ନତ ଚରିତ୍ରର ପ୍ରତିଫଳନ ପିଲା ମାନଙ୍କ ଉପରେ ପଡିବ ଓ ସେମାନେ ଜଣେ ଜଣେ ଭଲ ମଣିଷ ହେବାର ସଂକଳ୍ପ ନେଇ ପାରିବେ ବୋଲି କହିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ବ ବିକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପ୍ରତିମୂର୍ତ୍ତି ସ୍ଥାପନ ରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
No Result
View All Result