No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସମାଜରେ ଭଲ ମଣିଷର ଘୋର ଅଭାବ ରହିଛି।ଶିକ୍ଷା ଓ ସାହିତ୍ୟ ହିଁ ଭଲ ମଣିଷ ସୃଷ୍ଟି କରିବାର ପ୍ରକୃଷ୍ଟ ମାଧ୍ୟମ | ଶୈକ୍ଷିକ ମୂଲ୍ୟବୋଧ , ସାହିତ୍ୟ ଓ ଜୀବନ ଦର୍ଶନର ବାର୍ତ୍ତା ମାଧ୍ୟମରେ ସମାଜରେ ସୁମଣିଷ ଗଢି ତୋଳିବାକୁ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କବିତା ପାଠୋତ୍ସବ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭାରତର ଉତ୍ତର ପୂର୍ବାଞ୍ଚଳ ପରିଷଦର ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ରଯୋଗଦେଇ କହିଥିଲେ l
ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ହେମନ୍ତ ଛୋଟରାୟ, ପୁରୀ ପ୍ରିୟପାତ୍ର ସମ୍ପାଦକ କବି ବିପିନ୍ ଦଳାଇ, ଗାନ୍ଧୀତତ୍ତ ପ୍ରଚାରକ ଅନାମ ମଲ୍ଲିକ, ସୁସାହିତ୍ୟିକା ଶୈଳବାଳା ମହାପାତ୍ର, ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ,ଶୁଭେନ୍ଦୁ ଶତପଥୀ ପ୍ରମୁଖ ଛାତ୍ର ଶିକ୍ଷକ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ବର୍ଷୀୟାନ କବି ପଦ୍ମ ଭୂଷଣ ସ୍ଵର୍ଗତ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମୋ ଓଡ଼ିଶା ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଂସ୍କୃତି ପ୍ରେମୀ ଆଶୁକବି ଅଭୟ ଚରଣ ସାହୁଙ୍କ ପୌରହିତ୍ୟ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
ସୁସଯୋଜିକା ଜ୍ୟୋତ୍ସ୍ନାମୟୀ ସ୍ଵାଇଁ ଓ କବି ଅଜୟ ବଳିୟାର ସିଂହ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ଏଥିରେ କବି ସୁଦର୍ଶନ ପ୍ରଧାନ, ରୋହିତ ଚମ୍ପତି, ମଲ୍ଲିକା ସିଂ, ପ୍ରଭାତ ସେଠୀ , ଆଧ୍ୟାତ୍ମିକ ପ୍ରବଚକ ଶରତ ରାଉତ, ବ୍ୟଙ୍ଗକବି ଶରତ ମହାପାତ୍ର,ଶ୍ରୀମାନ ଗବା, ମହେଶ୍ୱର ବେହେରା,ନାରାୟଣ ମନୋହରୀ , ଜିତେନ୍ଦ୍ର ପେଣ୍ଠୋଇ ଦିତିକୃଷ ମହାନ୍ତି,କବୟିତ୍ରୀ ମଲ୍ଲିକ ସିଂ,ସରସ୍ଵତୀ ଜୟ ସିଂ, ନମିତା ସ୍ଵାଇଁଙ୍କ ସହ ଡେଲାଙ୍ଗ , ପିପିଲି,ବଳଙ୍ଗା , ସତ୍ୟବାଦୀ,
ପୁରୀ ଖୋର୍ଦ୍ଧା ଆଦି ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ସ୍ଵରତିତ କବିତା ଗାଇ ସମାଜକୁ ଦିଗ ଦର୍ଶନର ନୈତିକ ବାର୍ତ୍ତା ଦେଇଥିଲେ । କବି ବିପିନି ଦଳାଇ ଓ ମହେଶ୍ୱର ବେହେରା ବିଦ୍ୟାଳୟ ପାଠାଗାରକୁ କିଛି କବିତା ପୁସ୍ତକ ପ୍ରଦାନ କରିଥିଲେ । କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ ଓ ବିଦ୍ୟାଳୟର ସଵୁ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଆତିଥେୟତା ,ପ୍ରଶଂସା ପତ୍ର ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ସ୍ଵାଗତ ସହ କୃତଜ୍ଞତା ଜ୍ଞାପନ କରିଥିଲେ।
No Result
View All Result