No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଥାନା ଓ ଜେଲ୍ ପରିସରରେ ଥିବା ୧୨ଗୋଟି ଗଛରେ ହଜାର ହଜାର ସଂଖ୍ୟାରେ ବାଦୁଡି ବହୁଦିନରୁ ରହିଆସୁଛନ୍ତି । ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ହେବାରୁ ବାଦୁଡିମାନେ ପାଣି ବିନା ଛଟପଟ ହେଉଛନ୍ତି । ଅତ୍ୟଧିକ ତାତି ସହିନପାରି ବାଦୁଡିମାନେ ଯେଉଁଗଛରେ ଛାଇ ରହିଛି ସେଠାରେ ଆଶ୍ରୟ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ ପରିବେଶ ସୁରକ୍ଷା ସମିତିର ଆବାହକ ଦୀପକ କୁମାର ସାମନ୍ତରା ଓ ପରିବେଶବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ
ସହାୟତାରେ ପରିବେଶ ସମିତିର ସଦସ୍ୟମାନେ ବାଦୁଡିମାନଙ୍କର ଗତିବିଧି ଓ ରୌଦ୍ରତାପରୁ କିପରି ରକ୍ଷା ପାଇପାରିବେ ସେ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ବାଦୁଡିମାନଙ୍କ ଉପରେ ପାଣି ସିଞ୍ଚନ କରିବା ସହିତ ଜଳକୁଣ୍ଡର ବ୍ୟବସ୍ଥା କରାଯିବା ନିମନ୍ତେ ପ୍ରଶାସନକୁ ଅନୁରୋଧ କରାଯାଇଛି । ବିଶେଷ କରି ଏଠାରେ ଥିବା ବାଦୁଡିମାନେ ଫଳଭୋଜି ଅଟନ୍ତି ଓ ଏମାନଙ୍କୁ ସୁରକ୍ଷା ନଦେଲେ ଏମାନଙ୍କର ସଂଖ୍ୟା କମିଯିବା ସହିତ ଭବିଷ୍ୟତରେ ବଂଶ ଲୋକପାଇବାର ଆଶଙ୍କା ଦେଖାଦେଇଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଛନ୍ତି ।
No Result
View All Result