ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଜଗତସିଂହପୁର :– କୁଜଙ୍ଗ, ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୋଲର, ସାମନ୍ତରାୟପୁର, ଧନୁଆ, ଆମ୍ବିରି, ଶଙ୍ଖେଶ୍ୱର, ଓ ଧୋଇଆ ଅଞ୍ଚଳ ଗ୍ରାମରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀ ରଘୁନନ୍ଦନ ଦାସ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର, ସାଂସଦ ପ୍ରତିନିଧି ପୀତବାସ ଗଛାୟତ ।
ମଧ୍ୟାହ୍ନରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଙ୍କ ସହିତ ମାର୍ଶାଘାଇ, ମହାକାଳପଡ଼ା ଆଦି ଜଳମଗ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଅପରାହ୍ନରେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ଶାଇଲୋ ପଞ୍ଚାୟତ ଅଧୀନ ତେରମାଣପୁର, ହରିପୁର ଗାଁ ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ଜଳବନ୍ଦି ହୋଇଥିବା ଗ୍ରାମବାସୀଙ୍କୁ ଭେଟିଥିଲେ । ଉକ୍ତ ଗ୍ରାମକୁ ସବୁଦିନିଆ ସ୍ଥାୟୀ ହାଇଲେବୁଲ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବୋଟ ଯୋଗେ ଗ୍ରସ୍ତ କରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯାଇଥିଲେ । (ରିପୋର୍ଟ : ରଶ୍ମି ରଞ୍ଜନ ଖୁଣ୍ଟିଆ)


















