• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଅଷ୍ଟମ ବାର୍ଷିକୋତ୍ସବ

Proprietor Abhimanyu Maharana by Proprietor Abhimanyu Maharana
March 23, 2025
in ଓଡ଼ିଶା, ପୁରୀ, ହୋମ୍
0
ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଅଷ୍ଟମ ବାର୍ଷିକୋତ୍ସବ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀଖୁଣ୍ଟିଆ କହିଲେ ବରିଷ୍ଠ ନାଗରିକ ମାନଙ୍କୁ ସବୁ ସୁବିଧା ଯୋଗାଇ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ । ସେମାନେ ସୁସ୍ଥ ଓ ନିରୋଗ ରହିବା ସହ ଯୁବ ସମାଜକୁ ଦିଗଦର୍ଶନ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଉତ୍ସବରେ ଭୀମସେନ ପଣ୍ଡା ସଭାପତିତ୍ବ କରିଥିଲେ । ମୁଖ୍ଯବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ବିନୋଦ କୁମାର ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କୃତ୍ତିବାସ କାମଲା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ଅଭାବ ଅସୁବିଧା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ୨୦୧୭ ମସିହାରୁ ଏହି ଅନୁଷ୍ଠାନ ଅବକାଶ ଲେନ ସ୍ଥିତ ମଙ୍ଗଳ ମଣ୍ଡପ ଠାରେ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ୩୮୦ ଜଣ ବରିଷ୍ଠ ସଭ୍ୟ ଓ ସଭ୍ଯା ରହିଛନ୍ତି ।

ଅନୁଷ୍ଠାନ ପକ୍ଷରୁ ସୋମ,ବୁଧ ଓ ଶୁକ୍ରବାର ଅପରାହ୍ନ ୫ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଶଶୀକଳା ଧାନୁକା ଆରୋଗ୍ଯମ ଏବଂ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ମିଳିତ ଆନୁକୂଲ୍ୟରେ ସସ୍ମିତା ଦାଶ ଓ ଡାକ୍ତର ଦୀପକ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ମାଗଣା ହୋମିଓପାଥିକ ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରାଯାଉଅଛି । ପ୍ରଶାସନ ସହ ସହଯୋଗ ଓ ରଥଯାତ୍ରାରେ ସେବାକାର୍ଯ୍ୟ, ପାନୀୟଜଳ ବଣ୍ଟନ ଓ ଶୁଖିଲା ଖାଦ୍ଯ ବଣ୍ଟନ କରାଯାଉଛି । ଏହି ଅବସରରରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ ହୋଇ ସଭ୍ଯ ସଭ୍ଯା ମାନଙ୍କ ଦ୍ବାରା ସମର୍ଥନ ଦିଆଯାଇଥିଲା ।

ଏଥିରେ ସଭାପତି ଭାବେ କାଶୀନାଥ ମିଶ୍ର, କାର୍ଯ୍ଯକାରୀ ସଭାପତି ରବିନାରାୟଣ ପ୍ରହରାଜ, ଉପସଭାପତି ପ୍ରମୋଦ କୁମାର ମିଶ୍ର, ସାଧାରଣ ସମ୍ପାଦକ କୃତ୍ତିବାସ କାମଲା, ସହ ସମ୍ପାଦକ ଗୋପୀନାଥ ମହାନ୍ତି,କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ପଟ୍ଟନାୟକ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ ସଭ୍ୟ ଭାବେ ସଂଗ୍ରାମ କେଶରୀ ମିଶ୍ର, ତ୍ରିଲୋଚନ ନନ୍ଦ, ପ୍ରଦେଶ କୁମାର ଜେନା, ସୁଧାକର ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ରାଜକିଶୋର ସାସମଲ, ବିପିନ ବିହାରୀ ତ୍ରିପାଠୀ ମନୋନୀତ ହୋଇଥିଲେ । ଏଥିସହ କୋଣାର୍କ ଶାଖାର ସଭାପତି ଶକ୍ତିଦେବ ଶତପଥୀ ଉତ୍ସବରେ ଯୋଗ ଦେଇଥିଲେ।

ବରିଷ୍ଠ ନାଗରିକ ମାନଙ୍କୁ ଶ୍ରୀମନ୍ଦିରରେ ସୁଖଦ ଦର୍ଶନ ବ୍ଯବସ୍ଥା, ମେଡିକାଲ ସୁବିଧା ସୁଯୋଗ ସହ ଟେନ ଓ ବସରେ ସିଟ ସଂରକ୍ଷଣ ସହ ରିହାତି ଯୋଗାଇ ଦେବାକୁ ଦାବି ହୋଇଥିଲା । ଅନୁଷ୍ଠାନର ନିଜସ୍ବ ଜାଗା ଓ ଗୃହ ନିର୍ମାଣ ପାଇଁ କର୍ମକର୍ତ୍ତା ମାନେ ରାଜ୍ଯସଭା ସାଂସଦ ନିକଟରେ ଦାବି ଉପସ୍ଥାପନ କରିଥିଲେ । ସ୍ବର୍ଗବାସୀ ହୋଇଯାଇଥିବା ଅନୁଷ୍ଠାନର ସଭ୍ଯ ସଭ୍ଯା ମାନଙ୍କ ଉଦ୍ଦେଶ୍ଯରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଆଜୀବନ ସଭ୍ଯ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ମନୋଜ କୁମାର ସାମନ୍ତରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ଯକ୍ରମ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ବରିଷ୍ଠ ସଭ୍ଯ ସଭ୍ଯା ନାଗରିକ କାର୍ଯ୍ଯକ୍ରମରେ ଉପସ୍ଥିତ ରହିବା ସହ ଶିରିଡି ସାଇବାବାଙ୍କ ପ୍ରସାଦ ସେବନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

May 14, 2026
ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

May 14, 2026
ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

May 14, 2026
ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

May 14, 2026
ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version