No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ଭିତରେ ପଣିଆ ଆପଟ ଗରାରେ ମହାପ୍ରଭୁ ଙ୍କ ପାଇଁ ପାଣି ଆଣୁଥିବାବେଳେ ଗୋଡ ଖସିଯିବାରୁ ସେଠାରେ ସେ ପଡିଯାଇ ଆହତ ହୋଇଥିଲେ | ଆଘାତ ଯୋଗୁଁ ଚଟାଣ ରେ ରକ୍ତ ପଡିଥିଲା | ଗରା ର ବନ୍ଧ ହାତ ରେ ପଶି ଯିବାରୁ ରକ୍ତ ପଡିବା ଯୋଗୁଁ ମହାପ୍ରଭୁ ଙ୍କୁ ବଡ ମହାସ୍ନାନ କରାଯାଇଥିଲା | ଏଥିପାଇଁ ନୀତି ରେ ସାମାନ୍ୟ ବିଳମ୍ବ ଘଟିଥିଲା | ସେବକ କୃଷ୍ଣ ଚନ୍ଦ୍ର ଆପଟ ଆହତ ହୋଇଥିଲେ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ପଠାଯାଇ ଚିକିତ୍ସା ଚାଲୁ ରହିଛି |

ସକାଳେ ଦ୍ଵାରଫିଟା -୦୫.୫୦,ଭିତରଶୋଧ – ୦୬.୨୫,ମଙ୍ଗଳ ଆଳତି – ୦୬.୩୦,ମଇଲମ – ୦୬.୩୫,ତଡ଼ପ ଲାଗି -୦୭.୦୦, ଅବକାଶ ପୂଜା ଠା -୦୭.୨୦,ଅବକାଶ ପୂଜା -୦୭.୩୦,ଅବକାଶ ଶେଷ -୦୭.୫୦ ରେ ସମ୍ପର୍ଣ୍ଣ ହୋଇଥିଲା |ପାଣିଆ ଆପଟ ସେବକ ପାଣି ନେବା ସମୟେ ପଡିଯିବାରୁ ବଡ଼ ମହାସ୍ନାନ ହୋଇଅଛି |ମଇଲମ -୦୮.୩୦,ଧୁଆଧୋଇ ହୋଇ ଚୂନ ପାଣି ପଡ଼ିଲା -୦୮.୪୦ ସିଂହାସନ ଧୁଆ -୦୮.୫୦,ମହାସ୍ନାନ ପୂଜା -୦୮.୫୫,ମହାସ୍ନାନ ପୂଜା ଶେଷ -୦୯.୦୫ ଶେଷ ହୋଇଥିଲା | ଶେଷରେ ଭକ୍ତମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ |
No Result
View All Result