No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ସହର ର କଳେବର ବଢ଼ିବାରେ ଲାଗିଛି |ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଙ୍କ ସଂଖ୍ୟା ମଧ୍ୟ ବଢୁଛି | ପୁରୀ ସହର ଚାରିପଟେ ହେବ ରିଙ୍ଗ ରୋଡ଼ | ବାଲିସାହି ସହ ଯୋଡିହେବ ବଲିହାରଚଣ୍ଡୀ ପୀଠ | ଏବେ ଷ୍ଟର୍ଲିଙ୍ଗ ନିକଟ ସୁ ଉଚ୍ଚ ବ୍ରିଜ କାମ କ୍ଷିପ୍ର ଗତି ରେ ଆଗେଇ ଚାଲିଛି | ୧୨ ଟି ପିଲାର ସହ ସ୍ପାନ କାମ ଶେଷ ହୋଇଛି | ୨୦୨୨- ୨୩ମସିହା ରେ କାମ ଆରମ୍ଭ ହୋଇଥିଲା l
୨୦୨୫ମସିହା ସେପ୍ଟେମ୍ବର ମାସ ରେ ଏହି କାମ ଶେଷ ହେବ ବୋଲି ଆଶା କରିଛି ନିର୍ମାଣକାରୀ ସଂସ୍ଥା | ବ୍ରିଜ ର ଲମ୍ବ ଓ ଓସାର ୨୨୫ମିଟର ରହିଛି | ଆଶ୍ରିବାଦ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ଏହି କାମ ଶୀଘ୍ର ଶେଷ କରିବା ପାଇଁ ଚେଷ୍ଟା ଚଳାଇଛି |ଏଥିପାଇଁ କୁଶଳୀ ଯନ୍ତ୍ରୀମାନେ ଦିନରାତି ଲାଗିପଡିଛନ୍ତି | ସି ଆର ଏସ ଲୁହା ଛଡ଼ ଓ ଡାଲମିଆ ସିମେଣ୍ଟ ବ୍ୟବହାର କରାଯାଇ ମଝବୁତ କାମ କରାଯାଉଛି ବୋଲି ଯନ୍ତ୍ରୀ କହିଛନ୍ତି l
ଜନପ୍ରିୟ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ଆଶା ରହିଛି | ବାଲି, ଗୋଡି, ମୋରମ ଯୋଗାଣ ଶୀଘ୍ର ହେଲେ କାମ ଶୀଘ୍ର ସରିବ ବୋଲି ଯନ୍ତ୍ରୀ ମତ ଦେଇଛନ୍ତି | ଗିରଳ ହୁଡୁକୋ ରୋଡ଼ କୋଭିଡ ମଶାଣି ପର୍ଯ୍ୟନ୍ତ ନିର୍ମାଣ ହୋଇ ବ୍ରିଜ ନିର୍ମାଣ ଶେଷ ହେଲେ ସେଠାରେ ଶହ ଶହ ହୋଟେଲ ଗଢି ଉଠିବ l
ସହର ର କଳେବର ବୃଦ୍ଧି ପାଇବ | ବ୍ରିଜ ଅପ୍ରୋଚ ରୋଡ଼ କାମ ଚାଲିଛି | ପାର୍ଯ୍ୟଟକ ନଦୀ ଓ ସମୁଦ୍ର ର ମିଳନସ୍ଥଳ ମୁହାଣ ଦେଖି ବିମୋହିତ ହେବେ | ମଙ୍ଗଳା ନଦୀ ଉନ୍ନତି କରଣ ହେଲେ ପାର୍ଯ୍ୟଟକ ନୌବିହାର ର ମଜା ନେଇପାରିବେ ବୋଲି ସ୍ଥାନୀୟ ବ୍ୟକ୍ତି କହିଛନ୍ତି l

No Result
View All Result