ବେଲପଡ଼ା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପ୍ରେମରେ ପ୍ରତ୍ୟାଖ୍ୟାତ ହେବାରୁ ଜଣେ ଯୁବକର ବର୍ବରକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକାକୁ ନପାଇ ତାଙ୍କ ଝିଅକୁ ଛୁରି ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଛି ଅଭିଯୁକ୍ତ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।ମୁଖ୍ୟ ଅଭିଯୁକ୍ତ ହେଉଛି ମୁରିବାହାଲ ବ୍ଲକ ଅନ୍ତର୍ଲା ଗାଁର ମୁନା ବେହେରା। ସେ ଏବେ ଫେରାର୍ ଅଛି। ତା’ର ସହଯୋଗୀ ସଇନ୍ତଳା ଥାନା ଦେଓଗାଁର ଆକାଶ ଓରଫ ରଞ୍ଜନ ନାଗକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି I















