No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଜୁଲାଇ ୧ ଡାକ୍ତର ଦିବସ । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (ଓଏମଏସଏ) ପକ୍ଷରୁ ସାରା ରାଜ୍ୟରେ ଆଜି ସମସ୍ତ ଚିକିତ୍ସା ସେବାକୁ ବନ୍ଦ କରିବା ସହ ଡାକ୍ତର ମାନେ ଧାରଣରେ ବସିଛନ୍ତି । ପୁରୀଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ମଧ୍ଯ ଏହି ବନ୍ଦରେ ସାମିଲ ହୋଇଛନ୍ତି । ପୁରୀ ତୀର୍ଥକ୍ଷେତ୍ର ଓ ରଥଯାତ୍ରା ସମୟ ହୋଇଥିବାରୁ ଅତି ଜରୁରୀକାଳୀନ ଚିକିତ୍ସାରେ କିଛି ଡାକ୍ତର କାର୍ଯ୍ୟ କରୁଛନ୍ତି ।

ଓପିଡି, ଇନଣ୍ଡୋର ବିଭାଗ, ଇଲେକ୍ଟିଭ ଚିକିତ୍ସା ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ ସେବା ଓ ଜରୁରୀକାଳୀନ ସେବା ବନ୍ଦ ରହିଛି । ଓସମା କରିଥିବା ଦାବି ମାନଙ୍କ ମଧ୍ଯରେ ଡାକ୍ତରଙ୍କ ଠିକ ସମୟରେ ପଦୋନ୍ନତି,ଚିକିତ୍ସାଳୟର ଭିତ୍ତିଭୂମିର ଉନ୍ନତି, ଜରୁରୀକାଳୀନ ରୋଗୀଙ୍କ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇବା,କାର୍ଯ୍ୟରତ ସମୟରେ ଡାକ୍ତରଙ୍କ ସୁରକ୍ଷା, ଡାକ୍ତର ରହିବା ପାଇଁ ପରିଷ୍କାର ଓ ପରିଚ୍ଛନ୍ନ କ୍ବାଟର ଦେବା,ସ୍ବତନ୍ତ୍ର ଭତ୍ତା ବୃଦ୍ଧି,ସ୍ବାସ୍ଥ୍ୟ ବୀମା କରିବା ଓ ଅନ୍ଯାନ୍ଯ ଦାବି ରହିଛି ।
ସେମାନଙ୍କ ଦାବି ପୂରଣ ନକଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି । ରାଜ୍ଯ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ ଆହ୍ବାନକ୍ରମେ ପୁରୀ ଶାଖା ସମ୍ପାଦକ ଡାକ୍ତର ଇପସିତା ଦାଶ, ଡାକ୍ତର ପବିତ୍ର ମଲ୍ଲିକ, ଡାକ୍ତର ରବିନ୍ଦ୍ର କୁମାର ଘଡାଇ, ଡାକ୍ତର ସନ୍ତୋଷ ମିଶ୍ର, ଡାକ୍ତର ନିହାର ରଞ୍ଜନ ତ୍ରିପାଠୀ,ଡାକ୍ତର ସୌମ୍ଯା ମିଶ୍ର, ଡାକ୍ତର ଶୋଭନା ସାହୁ, ଡାକ୍ତର ଗିରିଶ ଚନ୍ଦ୍ର ବେହେରା, ଡାକ୍ତର ଅଶୋକ ପରିଡାଙ୍କ ସମେତ ଅନ୍ଯ ଡାକ୍ତର ମାନେ ପ୍ରତିବାଦରେ ସାମିଲ ହୋଇଥିଲେ ।

No Result
View All Result