No Result
View All Result
୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ସିଏମସି ୫୭ ନମ୍ବର ୱ।ର୍ଡ଼ ଗୋପାଳପୁର ବେହେରା ସାହି ରାଧାମୋହନ ମନ୍ଦିର ପରିସର ଠାରେ ଗୁରୁବାର ଦିନ ସନ୍ଧ୍ୟାରେ ଗୋପାଳପୁର ଯାଦବ ସମିତି ପକ୍ଷରୁ ପାରମ୍ପରିକ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଲଉଡି ଉତ୍ସବରେ ଅଖିଳ ଭାରତ ଯୁବ ଯାଦବ ସମିତିର ରାଷ୍ଟୀୟ ସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା ମୁଖ୍ୟ ଅତିଥି , କଟକ ଜିଲ୍ଲା ଯାଦବ ମହାସଭାର ସଭାପତି ସମର ବେହେରା ,
ସଂପାଦକ ତୀର୍ଥ ବାସୀ ବେହେରା , କଟକ ଜିଲ୍ଲା ଯୁବ ଯାଦବ ସମିତିର ସଭାପତି ତଥା ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ଓଡ଼ିଶା ହାଇକୋର୍ଟର ଅଡ଼ଭୋକେଟ ପ୍ରଭୁ ପ୍ରସାଦ ବେହେରା , ତରୁଣ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଶ୍ରୀକୃଷ୍ଣଙ୍କ ଦାୟଦ ହୋଇଥିବାରୁ ଯାଦବ ପିଲାମାନେ ସୁନ୍ଦର ଲଉଡି ଖେଳ ପ୍ରଦର୍ଶନ କରିପାରୁଥିଲା ବେଳେ ଅନର୍ଗଳ ଭାବେ ଉଗାଳ ଗାଇ ପାରୁଛନ୍ତି ।
ସେହିପରି ଯେତେବେଳେ ହିଂସା , ଅନ୍ୟାୟ, ଅତ୍ୟାଚାର ଦେଖାଦେଇଛି ଠିକ୍ ସେହିପରି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ପରାକ୍ରମ ଦେଖାଇଛନ୍ତି । ତାଙ୍କରି ବଂଶଧର ଯାଦବ ପିଲାମାନେ ଅନ୍ୟାନ୍ୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଏହାର ମୁକାବିଲା କରିବାପାଇଁ ଆଗେଇ ଆସିବାକୁ ଅତିଥି ମାନେ କହିଥିଲେ । ଏହି ଲଉଡି ମହୋତ୍ସବରେ ବାରଙ୍ଗ ଆମ୍ବବୋରେଇ,
କଟକ ସହର ଭଦିମୂଳ , ବାଲିପାଟଣା ଅଞ୍ଚଳର ବନମାଳୀପୁର , ଭୁବନେଶ୍ୱର, ଫୁଲନଖରା ଅଞ୍ଚଳର ବାଗଧରାପୁର ଗ୍ରାମର ଯାଦବ ପିଲା ଏବଂ ଯୁବକ ମାନେ ସୁନ୍ଦର ଲଉଡି ଖେଳ ପ୍ରଦର୍ଶନ କରିଥିଲେ । ରତନ ବେହେରା, ଚନ୍ଦନ ବେହେରା, ବାପୁ ବେହେରାଙ୍କ ସମେତ ଗୋପାଳପୁର ଯାଦବ ସମିତିର ସମସ୍ତ ସଦସ୍ୟ ସାହିର ଯୁବକମାନେ ଉପସ୍ଥିତ ରହି ଲଉଡି ଖେଳକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଲଉଡି ଖେଳ ଦେଖିବା ଲାଗି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା ।

No Result
View All Result