No Result
View All Result
୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ପ୍ରକୃତିବନ୍ଧୁ ସଂଗଠନ ଆନୁକୁଲ୍ୟରେ ତୁଳସୀପୁର ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସମାଜସେବୀ ନାରାୟଣ ଜେନା ସଭାପତିତ୍ୱ କରି ପଖାଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରକୃତି ବନ୍ଧୁ ସଂଗଠନର ଆବାହକ ପ୍ରସନ୍ନ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦନା କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସଂଗଠନ ତରଫରୁ ବିଶ୍ୱପଖାଳ ଦିବସ ପାଳନର ମହତ ଉପରେ ଆଲୋଚନା କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରତିଦିନ ପଖାଳ ପୂଜା କରାଯାଏ ବୋଲି କହିବା ସହିତ ପଖାଳ ଖାଇଲେ ଦେହର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଏ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଦୀପକ କୁମାର ସାମନ୍ତରା, ଆର୍ଯ୍ୟ ସମାଜର ଆବାହକ ଧନଞ୍ଜୟ ମହାପାତ୍ର,
ନିତ୍ୟାନନ୍ଦ ମହାପାତ୍ର, କୃପାସିନ୍ଧୁ ପୃଷ୍ଟି, କୃଷ୍ଣଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ମହାପାତ୍ର, ଅମୂଲ୍ୟ ଦାସ, ଦିଲ୍ଲୀପ ସାହୁ, ମହେଶ୍ୱର ଜେନା ପ୍ରମୁଖ ଯୋଗଦାନ କରି ପଖାଳ ଦିବସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପରେ ଯୋଗଦେଇଥିବା ସମସ୍ତ ଅତିଥିମାନଙ୍କୁ ପଖାଳ ପରସା ଯାଇଥିଲା । କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ହାତୀ, ଚନ୍ଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନର ଆବାହକ ପ୍ରସନ୍ନ କୁମାର ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result