No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀର ଶତାୟୁ ହାଇସ୍କୁଲ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଶତବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ସଭାପତି ଭବାନୀ ପଣ୍ଡିତଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀନିବାସ ବେହେରା ସ୍ୱାଗତ ଭାଷଣ ଦେବା ସହିତ ଏହି ଶତବାର୍ଷିକ ଉତ୍ସବ କିପରି ସଫଳ ହୋଇପାରିବ ସେ ସଂପର୍କରେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
କମିଟିର ସଂପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି କୃତିବାସ ପଣ୍ଡା, ବରିଷ୍ଠ ଶିକ୍ଷକ ଗୋପୀମୋହନ କର, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର , ମୋ ସ୍କୁଲ ସଭାପତି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ,
ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବାଙ୍କନିଧି ପଣ୍ଡା, ବୃନ୍ଦାବନ ପ୍ରଧାନ, କେଶବ ଚନ୍ଦ୍ର ବେହେରା, ବିପିନି ବିହାରୀ ମହାନ୍ତି, ନଗର ବିଜେପି ସଭାପତି ସଂଜୟ କୁମାର ରଣା, ଭାଗିରଥି ବିଶ୍ୱାଳଙ୍କ ସମେତ ବହୁ ପୁରାତନ ଛାତ୍ର , ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ବାଙ୍କୀର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ନିଜସ୍ୱ ମତାମତ ପ୍ରଦାନ କରିବା ସହ ଶତବାର୍ଷିକ କିପରି ସରସ ସୁନ୍ଦର ଭାବେ ପାଳନ କରାଯାଇ ପାରିବ ସେ ବିଷୟରେ ବିଷଦ ଆଲୋଚନା କରିଥିଲେ ।
No Result
View All Result