୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ନିର୍ବାଚିତ ପ୍ରତିନିଧିମାନଙ୍କୁ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଅଣଦେଖା କରୁଥିବା ପ୍ରତିବାଦରେ ବ୍ଲକ ତାଲା ପକାଇଛନ୍ତି ବିଜେଡି ସମର୍ଥତ ନିର୍ବାଚିତ ପର୍ଥୀ ମାନେ ।ଆଜି ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷlଙ୍କ ନେତୃତ୍ବରେ ୪ ଦଫା ଦାବି ନେଇ ବ୍ରହ୍ମଗିରି ବ୍ଲକ ଅଫିସ ସମୁଖ ଗେଟେରେ ତାଲା ପକାଇ ଧାରଣା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନ ବ୍ଲକ ପ୍ରଶାସନିଙ୍କ ଅଧିକାରୀ ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କ ଦୃଷ୍ଟି ଗୋଚରକୁ ନ ନେଇ ମନମୁଖୀ କାର୍ଯ୍ୟ କରୁଛନ୍ତି । ଯଥା ଜିଆଇ ଅନୁଦାନ ପାତର ଅନ୍ତର ଏବଂ ଜିଆରେସ ମନ ମୁଖୀ ବଦଳି କରିବା ଓ ଅନ୍ତର୍ଦ୍ୱୟ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନ ଦେବା ମନମୁଖୀ କାର୍ଯ୍ୟ ଯୋଗୁ ଧାରଣାରେ ବସିଥିବା ଅଧ୍ୟକ୍ଷl କହିଛନ୍ତି ।

ସୂଚନା ଥାଉକି ଗତ ୨୪ ତାରିଖରେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟଳୟ ଭିତରେ ଚାଲିଥିବା ଜନ ଶୁଣାଳୀ ଶିବିରରେ ଅଧ୍ୟକ୍ଷl ସହିତ ଏକ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ବ୍ଲକ ପ୍ରଶାସନ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ବିରୁଧରେ ଲିଖିତ ଅଭିଯୋଗ ଆଣିଥିଲେ । ପରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଯଦି ୩ ସପ୍ତାହ ମଧ୍ୟରେ ଜିଲ୍ଲାପାଳ ବ୍ଲକ ପ୍ରଶାସନ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ବିରୁଧରେ କିଛ ଆକ୍ସନ ନ ନିଆନ୍ତି ତାହେଲେ ବ୍ରହ୍ମଗିରି ବ୍ଲକ ଅଚଳ କରାଯିବ । ପ୍ରାୟ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣସ ପ୍ରକାର ପ୍ରତିଶ୍ରୁତି ମିଳିନଥିଲା ।

ଏଣୁ ଏହାର ବିରୁଦ୍ଧରେ ୧୭ ତରିଖରୁ ବ୍ଲକ ଆଗରେ ଅନିଧିଷ୍ଠ କାଳ ପର୍ଯ୍ୟନ୍ତ ବ୍ଲକ ର କୌଣସି ଅଫିସର ମାନଙ୍କୁ କାର୍ଯ୍ୟଳୟ ମଧ୍ୟକୁ ପ୍ରବେଶ କରାଇ ଦିଆଜିବନି । ଦାବି ପୂରଣ ନ ହେବା ଯାଏ ଏହି ଧାରଣ ଜାରି ରହିବ ବୋଲି ନିର୍ବାଚିତ ପ୍ରତିନିଧି ମାନେ କହିଛନ୍ତି । ମଙ୍ଗଳବାର ଦିନ ଖବର ପାଇ ଉପ ଜିଲ୍ଲାପାଳ ଦିନ ୨ଟା ପରେ ଧାରଣା ସ୍ଥଳରେ ପହଞ୍ଚିଥିଲେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଆଲଚନା କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା । ସନ୍ଧ୍ୟାରେ ଜିଲ୍ଲା ପ୍ରକପ୍ପ ଅଧିକାରୀ ଆସି ଧାରଣା ସ୍ଥାନରେ ପହଞ୍ଚିଥିଲେ । ଧାରଣା କାରୀଙ୍କ ସହିତ ଆଲଚନା କରି କହିଛନ୍ତି ଧାରଣା ଚାଲୁ ରହିବ ଏବଂ ବୁଧବାର ଦିନ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ ଏକ ଟିମି ଯାଇ ଜିଲ୍ଲାପାଳ କକ୍ଷରେ ଆଲଚନା ହୋଇ ସମାଧାନ କରାଯିବ ବୋଲି କହିଛନ୍ତି ।