No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଐତିହ ସୁରକ୍ଷା ନାମରେ ଜମି ଲୁଟ ଚାଲିଛି ପୁରୀରେ । ବାରମ୍ବାର ଅଭିଯୋଗ ସତ୍ବେ ନିଦ ଭାଙ୍ଗୁନି ପ୍ରଶାସନ ର । ମୂଷା ନଈ ରୁ ଦଳ ସଫା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ମୂଷା ନଈ କୁ କିଏ ଜବରଦଖଲ କଲାଣି ତ କିଏ ନଦୀ ମଝିରେ ରାସ୍ତା ନିର୍ମାଣ କରି ନଦୀର ଗତିପଥକୁ ଅବରୋଧ କରିସାରିଲାଣି ।
ବାରମ୍ବାର ଆପ୍ ର ଅଭିଯୋଗ କୁ କର୍ଣ୍ଣପାତ ନକରିବାରୁ ଆଜି ଦଳ ପକ୍ଷରୁ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ପୁରୀ ତହସିଲ୍ ଅଫିସ ସମ୍ମୁଖରେ ଅହରାତ୍ର ଧାରଣା ଡାକରା ଦେଇ ଅନଶନରେ ବସିଛନ୍ତି । ଅନଶନର ପ୍ରଥମ ଦିନରେ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି , ଜିଲ୍ଲା ମୁଖପାତ୍ର ଅନିଲ ସେନାପତି , ନଗର ସଭାପତି ଦେବ ପଧାନ, ରମାକାନ୍ତ ସ୍ୱାଇଁ , ଅଭିଷେକ ପାଣିଗ୍ରାହୀ , ନଗର ସମ୍ପାଦକ ଜନ୍ମେଜୟ ଜେନା ଏବଂ ପ୍ରକାଶ ପ୍ରଧାନ ଆଦି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।
No Result
View All Result