No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ହୋଲିପର୍ବ ଦିନ ସକାଳୁ ଡ୍ରିମ ଗାର୍ଲ ହେମାମାଳିନୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉ ଙ୍କୁ ଦର୍ଶନ କରିଥିଲେ | ଏହାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି | ଏତଲା ରେ ଦର୍ଶାଯାଇଛି ଯେ ହେମାମାଳିନୀ ଜଣେ ମୁସଲମାନ ଧର୍ମ ଗ୍ରହଣକାରି ମହିଳା ଏଣୁ ତାଙ୍କୁ କିପରି ପାରମ୍ପରିକ ହିନ୍ଦୁ ମନ୍ଦିର ରେ ପ୍ରବେଶ ଅନୁମତି ଦିଆଗଲା | ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନା କୁ କୁଠାର ଘାତ କରୁଛି |

ସେନା ର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ )ଅଭିଯୋଗ କରିଛନ୍ତି ଯେ ୨୧ ଅଗଷ୍ଟ ୧୯୭୯ ରେ ମୁସଲିମ ପ୍ରର୍ଥା ଅନୁଯାଇ ଧର୍ମେନ୍ଦ୍ର ଙ୍କୁ ବିବାହ କରିଥିଲେ | ଜଣେ ଜନପ୍ରତିନିଧି ଏପରି ଧାର୍ମିକ ଭୁଲ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି | ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଏଥିରେ ଜଡିତ ଥିବା ଅଭିଯୋଗ ହୋଇଛି |

ହେମା ଙ୍କୁ ଶ୍ରୀମନ୍ଦିର ରେ ପ୍ରବେଶ କରାଇବାରେ ଯେଉଁ ଅଧିକାରୀ ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି | କିଛି ମାସ ତଳେ କାମିଆ ଜାନି ଏପରି ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା |

No Result
View All Result