No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଗ୍ରାମରେ ରବିବାର ସନ୍ଧ୍ୟାରୁ ଶ୍ରୀ ଗୋପାଳ ଜିୟୁ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ଶ୍ରୀମଦ ଭାଗବତ କଥାମୃତମ ପ୍ରବଚନ ଆରମ୍ଭ ହୋଇଛି । ଏହାକୁ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସନାତନ ଧର୍ମର ଭାଗବତ କଥା ,ଭାଗବତ ଜନ୍ମ ଓଡିଆ ସଂସ୍କୃତି ,
ସମାଜରେ ଭଲ ମଣିଷ ହୋଇ ସମାଜରେ କାର୍ଯ୍ୟ କରିବା ସଂପର୍କରେ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଉଦେଶ୍ୟରେ ପ୍ରବଚନ ଦେଇଥିଲେ । ସୁଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ପୂର୍ବତନ କର୍ପୋରେଟର କୌଶିକ ଜେନା , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଡାହାଳିଆବାଗ ଗ୍ରାମ କମିଟିର ସଭାପତି ରବିନ୍ଦ୍ର ନାଥ ସ୍ୱାଇଁ ,
ବଦ୍ରି ନାରାୟଣ ମହାପାତ୍ର , ଲାଲ ମୋହନ ରାଉତ, ହରି ନାରାୟଣ ପଢିଆରୀ , ଗୋବିନ୍ଦ ରାଉତ , ପ୍ରହଲ୍ଲାଦ କର, ନାରୀ ନେତ୍ରୀ ଶିବାନୀ ଜେନା , ସଚିକାନ୍ତ ମହାନ୍ତି, ରଘୁ ପ୍ରସାଦ ଶତପଥୀ, ସାର୍ଥକ ମହାନ୍ତି ପ୍ରମୁଖଙ୍କୁ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଶ୍ରୀମଦ ଭାଗବତ କଥା ମୃତମ ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଛି ।
ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ପ୍ରବଚନ ଶୁଣିବା ପାଇଁ ଡାହାଳିଆବାଗ ,ପାଇକସାହି , ରାଉତ ସାହି , ଭାଣପୁର ଆଦି ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବାବାଜୀ ଶ୍ରୀମଦ ଅମୃତାନନ୍ଦ ଦାସଙ୍କ ମୁଖରୁ ଶ୍ରୀମଦ ଭାଗବତ କଥାମୃତମ ଶୁଣିଥିଲେ ।
No Result
View All Result