No Result
View All Result
୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ପ୍ରଜ୍ଞାନ ମିଶନ ତରଫରୁ ଗତ ବର୍ଷରୁ ଆରମ୍ଭ ହୋଇଥିବା ପଞ୍ଚସଖା ପୀଠ ପରିକ୍ରମା କାର୍ଯ୍ୟକ୍ରମ,ଚଳିତ ବର୍ଷ ମଧ୍ୟ ଯଥାରୀତି ଆୟୋଜିତ ହୋଇଛି।ପ୍ରାତଃରୁ ନେମାଳ ସ୍ଥିତ ଅଚ୍ୟୁତାନନ୍ଦଙ୍କ ପୀଠରୁ ଏହି ଯାତ୍ରା ଆରମ୍ଭ ହୋଇ ଜଗତସିଂହପୁର ଜିଲ୍ଲାର ଅଡଙ୍ଗ ସ୍ଥିତ ଯଶୋବନ୍ତଙ୍କ ପୀଠ ଠାରେ ପହଞ୍ଚି ଥିଲା । ସେଠାରୁ ବାଲିପାଟଣା ଶିଶୁମଠ ଅଭିମୁଖେ ଯାଇ ଶିଶୁ ଅନନ୍ତଙ୍କ ପୀଠରେ ପରମହଂସ ପ୍ରଜ୍ଞାନାନନ୍ଦ୍ ଜୀ ମହାରାଜ ପହଞ୍ଚି ସମାଧି ପୀଠ ଓ ରାଧାକୃଷ୍ଣଙ୍କ ମନ୍ଦିରରେ ଆରତୀ କରିବା ସହିତ ଭକ୍ତ ମାନଙ୍କୁ ଦିବ୍ୟ ବାଣୀ ପ୍ରଦାନ କରିଥିଲେ ।
ମଠ ପରିସରରେ ଭକ୍ତ ମାନକ ତରଫରୁ ମଧ୍ୟାହ୍ନ ଭୋଜନର ଆୟୋଜନରେ ବିନୋଦ ସାହୁ ଓ ଦିଲ୍ଲୀପ କୁମାର ଓଝା ସହଯୋଗ କରିଥିଲେ । ଏଠାରେ ବହୁ ସାଧୁ ସନ୍ଥଙ୍କ ସହିତ ଶହ ଶହ ସଂଖ୍ୟାରେ ଅନୁଗାମୀ ଯୋଗ ଦେଇ ଯାତ୍ରା କାର୍ଯ୍ୟକୁ ସଫଳ କରିଥିଲେ । ଏଠାରୁ ଏହି ଯାତ୍ରା ଗୋପ ବେଗୁନିଆ ନିକଟ ଏରବଙ୍ଗ ଠାରେ ବଳରାମଙ୍କ ପୀଠ ଦେଇ ପୁରୀ ସ୍ଥିତ ଜଗନ୍ନାଥଙ୍କ ପୀଠ ସାତଲହଡ଼ି ମଠ ଠାରେ ଉଦଯାପିତ ହୋଇଛି । ପଞ୍ଚ ସଖା ମାନଙ୍କ ପୀଠର ଉନ୍ନତି ଏବଂ ମହା ସାଧକ ମାନଙ୍କର ରଚନାରେ ଥିବା ତତ୍ୱର୍ ପ୍ରସାର ସହିତ ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମ୍ୟ ଭାବନାର ପ୍ରସାର ଏହି ଯାତ୍ରାର ଉଦ୍ଦେଶ୍ୟ ରହିଛି । ବାଲିପାଟଣାର ଏହି ଶିଶୁ ଅନନ୍ତ ପୀଠରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ପ୍ରଭୁଙ୍କର ଦିବ୍ୟବାଣୀ ଶ୍ରବଣ କରିଥିଲେ ।
No Result
View All Result