No Result
View All Result
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସରନଈ ସ୍ଥିତ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓର ପଛପଟୁ ବସ ଧକ୍କା ଦେଇ ଡିଭାଇଡ଼ର ଉପରେ ଚଢ଼ିଗଲା l ବାଣପୁର ପୋଲିସ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା ଅଭିମୁଖେ ଯାଉଥିଲା l
ସରନଈ ଓଭର ବ୍ରିଜ ନିକଟରେ ଆଗରେ ଯାଉଥିବା ଏକ ସ୍କର୍ପିଓ ବ୍ରେକ ମାରିବା ଯୋଗୁଁ ବସଟି ଭରସାମ୍ୟ ହରାଇ ସ୍କର୍ପିଓ ପଛ ପଟକୁ ଧକ୍କା ଦେଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା l ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି l ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅନ୍ୟ ଏକ ବସରେ ଫେରିଥିଲେ l ପୋଲିସ ବସ ଡ୍ରାଇଭର କୁ ଅଟକ ରଖି ଏ ସ୍କର୍ପିଓ କୁ ଖୋଜୁଛି ପୋଲିସ l

No Result
View All Result