କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁର୍ଲୁବାହାଲ ଛକ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କ୍ରେନକୁ ପଛପଟୁ ବାଇକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କଣ୍ଟାବାଞ୍ଜି ଚଟୁଆନକା ଗ୍ରାମର ଚନ୍ଦ୍ର ବଏ (୫୫) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଚନ୍ଦ୍ର ନିଜ ଏଚଏଫ ଡିଲକ୍ସ ବାଇକରେ କଣ୍ଟାବାଞ୍ଜି ଆଡ଼କୁ ଯାଉଥିଲେ ।
















