No Result
View All Result

ଅଭୟ ସଭାପତି, ମଳୟ ସମ୍ପାଦକ
ବ୍ୟାସନଗର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତ୍ତା ଚୟନ ଦଳାସ୍ଥିତ ଗ୍ଲୋରିଅସ୍ ଇଂଲିଶ ମିଡିୟମ ସ୍କୁଲ (ଜେମ୍ସ) ପରିସରରେ ଥିବା ଫୋରମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଅଭୟ ପତିଙ୍କୁ ପୁନର୍ବାର ସଭାପତି ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ବେଳେ ମଳୟ କୁମାର ମଲ୍ଲିକଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ବରିଷ୍ଠ ସାମ୍ବାଦିକ ଉଦୟନାଥ ଖଣ୍ଡାଇଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟାରେ ଫୋରମର ବିଭିନ୍ନ ପଦବି ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉଦୟନାଥ ଖଣ୍ଡାଇ ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ବେଳେ ଦୟାନିଧି ନାୟକ ଓ ଜ୍ଞାନରଞ୍ଜନ ଓଝା ଉପସଭାପତି ଭାବେ ଚୟନ ହୋଇଛନ୍ତି ।

ସେହିପରି ଆଶୁତୋଷ ମହାନ୍ତି ଓ ମାନସ ଆଇଚ ସହସମ୍ପାଦକ, ଅଜୟ କୁମାର ସାହୁ କୋଷାଧ୍ୟକ୍ଷ ଏବଂ ବାଇଧର ମାଝୀ କାର୍ଯ୍ୟାଳୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। କାର୍ଯ୍ୟକାରୀ ସଦସ୍ୟ ଭାବେ ଆଶୁତୋଷ ମିଶ୍ର, ଅଶିତାନନ୍ଦ ବିଶ୍ୱାଳ, କୁଞ୍ଜବିହାରୀ ମହାନ୍ତି, ଚିତ୍ତରଞ୍ଜନ ବୋଇତାଇ, ପ୍ରହଲ୍ଲାଦ ଦେଓ, ଦୀପକ ଦାଶ ଓ ସୁଶାନ୍ତ କୁମାର ଭୂୟାଁଙ୍କୁ ଚୟନ କରାଯାଇଛି। ଏଥିସହ ନାରାୟଣ ରାଉତରାୟ, ପ୍ରମୋଦ କୁମାର ପାତ୍ର, ସଞ୍ଜୟ ସରକାର, ଆଶିଷ କୁମାର ରାଉତ, ଜିତେନ୍ଦ୍ର କୁମାର ରାଉତ, ପ୍ରକାଶ କୁମାର ସାହୁ, ପ୍ରଶାନ୍ତ କୁମାର ଗେଡ଼ି, ଚନ୍ଦ୍ରକାନ୍ତ ପତି ଓ ସୌରଭ ଖୁଣ୍ଟିଆ ପରିଚାଳନା ପରିଷଦର ସଦସ୍ୟ ଭାବେ ରହିଛନ୍ତି ।

ଏହି ଅବସରରେ ଓଡ଼ିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ)ର ରାଜ୍ୟ ଟ୍ରିବୁନାଲ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବାରୁ ଫୋରମର ସଭାପତି ଡକ୍ଟର ଅଭୟ ପତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନେ ଆଗାମୀ ଦୁଇବର୍ଷ ପାଇଁ ଦାୟିତ୍ୱ ତୁଲାଇବେ। ଏହି ଅବସରରେ ସେମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ସାମୂହିକ ହିତ ଓ ଅନୁଷ୍ଠାନର ଉନ୍ନତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଫୋରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସଦସ୍ୟମାନଙ୍କ ଆଲୋଚନା ଆଧାରରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଶେଷରେ ସଭାପତି ଡକ୍ଟର ଅଭୟ ପତି ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ।

No Result
View All Result