No Result
View All Result
୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :- ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁଙ୍କ ତତ୍ତ୍ଵବଧାନରେ ଆୟୋଜିତ ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ । ଉକ୍ତ ଉତ୍ସବରେ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ବିନୋଦିନୀ ଦତ୍ତ ମୁଖ୍ୟ ଅତିଥି, ମିନାକ୍ଷୀ ସୁନ୍ଦରା ମୁଖ୍ୟ ବକ୍ତା, ସୁକାନ୍ତ ସାହୁ, ରାଜଶ୍ରୀ ସାଥୁଆ, ସବିତା ଖମାରି, ଅଞ୍ଜଳି ଜେନା ଏବଂ ସୁବାସ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ପୂର୍ଵ ଅନୁଷ୍ଠିତ କନିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି ଓ ସୌଦାମିନୀ ପରିଡ଼ା ଗଳ୍ପ କଥନ, ପୁସ୍ତକ ପଠନ ଓ ପ୍ରଦର୍ଶନୀ ଶୈବାଳିକା ମଲ୍ଲିକ ଓ ବିଶ୍ୱଜିତ ସରୋଜ କୁମାର ବକ୍ତୃତା ଓ କବିତା ଆବୃତ୍ତି, ବିଭୁ ପ୍ରସାଦ ମହାପାତ୍ର ଏବଂ ଦୀପକ କୁମାର ବେହେରା ପ୍ରଦର୍ଶନୀରେ ଚୟନ କରିଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

କନିଷ୍ଠ ବିଭାଗରେ ଓମ ସାଇ ସେନାପତି, ସୌମ୍ୟଶ୍ରୀ ସେନାପତି ଓ ଶୁଭମ ମଙ୍ଗରାଜ ଯଥାକ୍ରମେ ଗଳ୍ପ କଥନ, ପୁସ୍ତକ ପଠନ ଓ ପ୍ରଦର୍ଶନୀରେ ପ୍ରଥମ ହୋଇଥିବା ବେଳେ, ବରିଷ୍ଠ ବିଭାଗରେ ଭବସ୍ମିତା ମଙ୍ଗରାଜ, ରାକେଶ କୁମାର ସାହୁ ଓ ଜ୍ୟୋତ୍ସ୍ନାରାଣୀ ମହାରଣା ଯଥାକ୍ରମେ ବକ୍ତୃତା, କବିତା ଆବୃତ୍ତି ଓ ପ୍ରଦର୍ଶନୀରେ ପ୍ରଥମେ ସ୍ଥାନ ପ୍ରାପ୍ତ ହୋଇଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result