No Result
View All Result
୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନ, ମାନ୍ୟବର କେନ୍ଦ୍ରମନ୍ତ୍ରୀ କୃଷି, କୃଷି କଲ୍ୟାଣ ଏବଂ ଗ୍ରାମୀଣ ବିକାଶ,ଭାରତ ସରକାରଙ୍କ ପକ୍ଷରୁ ସହରୀ ଭୂମିର ସଠିକ ଚିହ୍ନଟ ନିମନ୍ତେ “ନକ୍ସା” ପାଇଲଟ କାର୍ଯ୍ୟକ୍ରମର ସର୍ବ ଭାରତୀୟ ସ୍ଥରରେ ମଧ୍ୟପ୍ରଦେଶ ରାଜ୍ୟରୁ ଶୁଭାରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ଓଡିଶା ପ୍ରଦେଶର ୪ଗୋଟି ସହରାଞ୍ଚଳ ଯଥା ଜଟଣୀ,ଖୋର୍ଦ୍ଧା, ବାରିପଦା ଏବଂ ଝାରସୁଗୁଡାରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହାର ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ ସ୍ଥାନୀୟ(ଜଟଣୀ)ଟାଉନ ହଲ (ସ୍ରଷ୍ଠା)ଠାରେ ଅନୁଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜଟଣୀ ପୌରାଧକ୍ଷ ଶ୍ରୀ ଅନନ୍ତ ବେହେରା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ,ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ତହସିଲଦାର ଶ୍ରୀମତୀ ପ୍ରୀତି ପର୍ଣ୍ଣା ମିଶ୍ର,ସର୍ଭେ ଅଫ ଇଣ୍ଡିଆର ମିଥିଲେଶ ଗୁପ୍ତାଙ୍କ ସହ ଅନ୍ୟ ସହଯୋଗୀ, ପାରିଷଦ ଶଶାଙ୍କ ଶେଖର ରାୟ, କେ ସୁରେଶ,ପି ରାଜକୁମାରୀ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଟିକସ ଦାତା, ମହିଳା ଗୋଷ୍ଠୀ, ସାମ୍ବାଦିକ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଆଦି ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ସହରରେ ଥିବା ସମସ୍ତ ଭୂମିର ସ୍ୱଚ୍ଛତାର ସହ ସଠିକ ଚି଼ହ୍ନଟ କରିବା ଏବଂ ଜମିଜମା ବିବାଦକୁ ଏଡ଼େଇବା ସହ ସମସ୍ତ ତଥ୍ୟ ସାର୍ବଜନୀନ କରିବ ବୋଲି ମଞ୍ଚାସିନ ଅତିଥି ଗଣ ମତବ୍ୟକ୍ତ କରିଥିଲେ।

No Result
View All Result